• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସ୍କୁଲରେ ଛାତ୍ରଛାତ୍ରୀ ନ୍ୟୁଜପେପର ପଢିବା ବାଧ୍ୟତାମୂଳକ, ୟୁପି ପରେ ରାଜସ୍ଥାନ ସରକାରଙ୍କ ନିଷ୍ପତ୍ତି

by Voice of Victims
January 2, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସ୍କୁଲରେ ଛାତ୍ରଛାତ୍ରୀ ନ୍ୟୁଜପେପର ପଢିବା ବାଧ୍ୟତାମୂଳକ, ୟୁପି ପରେ ରାଜସ୍ଥାନ ସରକାରଙ୍କ ନିଷ୍ପତ୍ତି

ରାଜସ୍ଥାନ : ସ୍କୁଲ ଶିକ୍ଷାରେ ମୋବାଇଲ ଏବଂ ଇଣ୍ଟରନେଟର ବ୍ୟବହାର ବଢିବାରେ ଲାଗିଛି । କରୋନା ପରେ ଅନଲାଇନ କ୍ଲାସ ସ୍କୁଲ ସିଷ୍ଟମର ଅଂଶ ହୋଇଛି । ସ୍କୁଲ ପିଲାଙ୍କ ନିର୍ଭରତା ମୋବାଇଲ, ଲାପଟପ୍ ଏବଂ ଇଣ୍ଟରନେଟରେ ବଢୁଛି । ଏହି କାରଣ ଯୋଗୁଁ ପିଲାମାନେ ବହି ଠାରୁ ଦୂରେଇ ଯାଉଛନ୍ତି । ଏହାକୁ ନେଇ ଶିକ୍ଷା ବିଶେଷଜ୍ଞ ଚିନ୍ତାରେ ରହିଛନ୍ତି । ଏହାକୁ ଦେଖି ରାଜ୍ୟ ସରକାର ଆଲର୍ଟ ମୋଡରେ ରହିଛନ୍ତି । ଏବେ ରାଜସ୍ଥାନ ସରକାର ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ଖବରକାଗଜ ପଢିବା ବାଧ୍ୟତାମୂଳକ କରିଛନ୍ତି । ଏହା ପୂର୍ବରୁ ୟୁପି ସରକାର ଏଭଳି ନିଷ୍ପତ୍ତି ନେଇସାରିଛନ୍ତି ।

ରାଜସ୍ଥାନ ସରକାର ଶିକ୍ଷା ସଚିବ ଆଦେଶ ଜାରି କରିଛନ୍ତି । ଏହା ଅଧିନରେ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲରେ ପ୍ରତିଦିନ ଖବରକାଗଜ ପଢିବା ବାଧ୍ୟତାମୂଳକ ହେବ । ଛାତ୍ରଛାତ୍ରୀ ପ୍ରତିଦିନ ୧୦ ମିନିଟ୍ ଯାଏଁ ଖବର କାଗଜ ପଢିବାକୁ ହେବ । ଶିକ୍ଷା ସଚିବ କହିଛନ୍ତି, ଛାତ୍ରଛାତ୍ରୀଙ୍କୁ ଜାତୀୟ ଏବଂ ଅର୍ନ୍ତଜାତୀୟ ଘଟଣା ବିଷୟରେ ଜାଣିବାକୁ ହେବ ଏବଂ ତାହା ସହିତ ପଢିବା ଅଭ୍ୟାସ ହେବ ।

ଛାତ୍ରଛାତ୍ରୀ ପଢୁଥିବା ଖବରକାଗଜରୁ ୫ ଟି ନୂଆ ଶବ୍ଦ ବାଛିବେ ଏବଂ ଏହାକୁ ପ୍ରାର୍ଥନା ସଭାରେ ସମସ୍ତଙ୍କୁ କହିବେ । ଏହାଦ୍ବାରା ପିଲାଙ୍କ ଶବ୍ଦାବଳୀରେ ସୁଧାର ହେବ । ପ୍ରାର୍ଥନା ସଭାରେ ପିଲାମାନେ ଖବରକାଗଜ ପଢିବେ । ସେହିପରି ୬ରୁ ୧୨ଶ ଯାଏଁ ପିଲାମାନେ ଜାତୀୟ ଏବଂ ଅର୍ନ୍ତଜାତୀୟ ଖବର ପଢିବେ ।

ରାଜସ୍ଥାନ ସରକାରଙ୍କ ଶିକ୍ଷା ସଚିବ ତରଫରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ, ରାଜ୍ୟର ପ୍ରତ୍ୟେକ ସରକାରୀ ସ୍କୁଲକୁ ଦୁଇଟି ନ୍ୟୁଜ ପେପର ଆସିବ । ଏହି ଖବରକାଗଜକୁ ଛାତ୍ରଛାତ୍ରୀ ପ୍ରତିଦିନ ପଢିବେ । ଗୋଟିଏ ଇଂଲିଶ ଏବଂ ଗୋଟିଏ ହିନ୍ଦୀ ପେପର ଆସିବ । ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଦୁଇଟି ହିନ୍ଦୀ ପେପର ଆସିବ ।

Post Views: 31
Share199Tweet125Send
Voice of Victims

Voice of Victims

Recent Posts

  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅର୍ଥନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ଅଭିଜ୍ଞ ଅଧିକାରୀମାନଙ୍କୁ ନିଯୁକ୍ତି
  • ସହରାଞ୍ଚଳରେ ରହୁଥିବା ଗରିବଙ୍କୁ ଭଡ଼ାରେ ଘର ଦେବେ ସରକାର, ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ
  • ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ହେଲେ ବାଳକୃଷ୍ଣ ଷଢଙ୍ଗୀ
  • ପରୀକ୍ଷା ପେ ଚର୍ଚ୍ଚା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
  • କଟକରେ କୋର୍ଟକୁ ପୁଣି ଆସିଲା ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ପୋଲିସ ଛାନ୍‌ଭିନ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In