କଟକ, ପତଞ୍ଜଳି ଯୋଗପୀଠ ଆନୁକୂଲ୍ୟରେ ଯୋଗ ଗୁରୁ ସ୍ବାମୀ ରାମଦେବଙ୍କ ଦ୍ବାରା ସ୍ଥାପିତ ଭାରତ ସ୍ବାଭିମାନ ନ୍ୟାସର ପ୍ରତିଷ୍ଠା ଦିବସ ଘାଟକୂଳ ଅନନ୍ତ ଗୋପାଳ ଆଶ୍ରମ ପରିସରରେ ପାଳିତ ହୋଇଯାଇଛି।

ଜିଲ୍ଲା ପ୍ରଭାରୀ ଶିଶିର ଜେନାଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଭାରୀ ନିମାଇଁ ଜେନା, କିଶୋର ସାଗର, ସତ୍ୟ ରଞ୍ଜନ ଷଡ଼ଙ୍ଗୀ, ସବିତା ପରିଡ଼ା, ସୁରଭି ରାଉତ, ଅଗଣୀ ନାୟକ, ପ୍ରମୋଦ ଦାଶ, ପ୍ରସନ୍ନ ଭୂୟାଁ, ତ୍ରିନାଥ ଦାସ, ପ୍ରିୟବ୍ରତ ରାଉତରାୟ, ସ୍ବରୂପ ସାହୁ, ପ୍ରମୋଦ ସାହୁ, ଗଜେନ୍ଦ୍ର ସ୍ବାଇଁ, କବିତା କରଣ, ଜୟନ୍ତୀବାଳା ମହାନ୍ତି, ରାନୁବାଳା ସାହୁ, ଅମିତା ପୃଷ୍ଟି, ପ୍ରଦୀପ୍ତ ଆଚାର୍ଯ୍ୟ, ରାମଚନ୍ଦ୍ର ସାହୁ, ଚନ୍ଦେଶ୍ଵର ବେହେରା, ନିତାଇ ବଳ, ଝୁନାରାଣୀ ବେହେରା ଓ ଜୟଶ୍ରୀ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଶ୍ରୀଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସାମୁହିକ ବୈଦିକ ଅଗ୍ନିହୋତ୍ର ହେବା ସହ ଜଗନ୍ନାଥ ଅଷ୍ଟକମ ଓ ବନ୍ଦେ ମାତରମ୍ ଗାନ କରାଯାଇଥିଲା।
