ଜୟପୁର: ପରିବହନ ନିଗମର ୩ ଅଧିକାରୀଙ୍କ ଦରମା ବନ୍ଦ । ରାଜ୍ୟ ପରିବହନ ନିଗମ ଏମଡିଙ୍କ ନିର୍ଦ୍ଦେଶରେ ଦରମା ବନ୍ଦ କରାଯାଇଛି । ୩ ଅଧିକାରୀ ହେଲେ ଜୟପୁର ଜିଲ୍ଲା ପରିଚାଳକ ଈଶ୍ବର ମହାପାତ୍ର, ଅତିରିକ୍ତ ପରିଚାଳକ ଜ୍ୟୋତି ପ୍ରକାଶ ବେହେରା ଓ ଅତିରିକ୍ତ ପରିଚାଳକ ପ୍ରୀତିଶ କୁମାର ନାୟକ ।
କାର୍ଯ୍ୟରୁ ଅନ୍ତର ସହ ପୁନଃ ଯୋଗଦାନ କରିବା ଯାଏଁ ଦରମା ବନ୍ଦ କରାଯାଇଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
