ବାଲେଶ୍ୱର (ଭିଓଭି)୧୫/୧ ; – ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁର୍ଗାଦେବୀ ପଞ୍ଚାୟତରେ ଆୟୋଜିତ ଦୁର୍ଗାଦେବୀ ମକର ମେଳା ମହୋତ୍ସବ ଆରମ୍ଭ ହୋଇଛି । ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇଥିଲେ । ଏହି ମହୋତ୍ସବ ଆମ ସଂସ୍କୃତି ଓ ପରମ୍ପରାର ଏକ ଅମୂଲ୍ୟ ପରିଚୟ ବୋଲି ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ଓଡ଼ିଆ ଚଳଚିତ୍ରର ଲୋକପ୍ରିୟ ଅଭିନେତା ତଥା ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ସଦର ବିଧାୟକ ମାନସ କୁମାର ଦତ୍ତ ଏବଂ ଅନ୍ୟ ଅତିଥ୍ ମାନେ ଉପସ୍ଥିତ ଥିଲେ। ୨ଶହ ରୁ ଅଧିକ ଷ୍ଟଲ୍ ଲାଗିଛି । ଉକ୍ତ ମେଳା ୭ଦିନ ବ୍ୟାପି ଚାଲିବ ।
