ବଡ଼ଚଣା ୧୫/୦୧:- ବଡ଼ଚଣା ବ୍ଲକ ଅନ୍ତର୍ଗତ ଶୁଖୁଆପଡା ନିକଟସ୍ଥ ପଳାଶୁଣି ପାହାଡ଼ ଉପରେ ଆରମ୍ଭ ହୋଇଯାଇଛି ପଳାଶୁଣି ମେଳା । ଏହା ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅଟେ ।
ମେଳା ଟି ରାଜପୁତ୍ର ରୁ ସନ୍ନ୍ୟାସୀ ସନ୍ଥ ଅରକ୍ଷିତ ଦାସ ଙ୍କ ସମଧିଦିବସ ସ୍ମୃତିରେ ପାଳନ କରାଯାଏ । କୁହାଯାଏ ଯେ ଏହି ସମୟରେ ମା ଓଳାଶୁଣି ଙ୍କ ଦର୍ଶନ କରିବା ଯାହା ମହାପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରିବା ସହ ସମାନ । ମେଳା ଟି ଜାନୁୟାରୀ ୧୪ ରୁ ଆରମ୍ଭ ହୋଇ ଜାନୁଆରୀ ୨୩ ରେ ଶେଷ ହେବାକୁ ଯାଉଛି ।
ପାହାଡ଼ ଉପରେ ସହ ସହ ଦୋକାନ ସହ ଶ୍ରଦ୍ଧାଳୁ ମାନଙ୍କର ବେଶ୍ କୋଳାହଳ ଲାଗିଲାଣି। ଅନେକ ଗଣ ନାଟ୍ୟ ଅନୁଷ୍ଠାନ ମାନେ ମଧ୍ୟ ଲୋକମାନଙ୍କୁ ବେଶ୍ ଆକର୍ଷିତ କରୁଛନ୍ତି ।
