ବାଲେଶ୍ଵର (ଭିଓଭି) ୩୧/୧ :– ଜିଲ୍ଲାର ରେମୁଣା ବ୍ଲକ ଅନ୍ତର୍ଗତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି । ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ଚାଲିଥିବା ବେଳେ ଦଶମ ଶ୍ରେଣୀ ଛାତ୍ର ଦୀପକ ଦାସ ନବମ ଶ୍ରେଣୀ ଛାତ୍ର ଦୀପ ରୟକୁ ହାଣି ପକାଇଛି । ଗୁରୁତର ଅବସ୍ଥାରେ ଆହତ ଛାତ୍ରକୁ ରେମୁଣା ମେଡିକାଲ କଲେଜ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା ।

ଆହତ ଛାତ୍ରଙ୍କ ମୁଣ୍ଡରେ ଗଭୀର ଭାବରେ ଆଘାତ ଲାଗିଛି । ଅନ୍ୟ ପଟେ ହାଣିଥିବା ଦଶମ ଶ୍ରେଣୀ ଛାତ୍ରଟି ରେମୁଣା ଥାନାରେ ମାରଣାସ୍ତ୍ର ସହିତ ଆତ୍ମସମର୍ପଣ କରିଛି । ଏବେ ରେମୁଣା ପୋଲିସ ତଦନ୍ତ ଜାରି ରଖିଛନ୍ତି ।
