ପୁରୀ(ଭିଓଭି) :୨୪ ଓ ୨୫ ତାରିଖ ଦୁଇ ଦିନ ଧରି ପୁରୀର ଜଗନ୍ନାଥ ଷ୍ଟାଡିୟମରେ ୪୪ତମ ଓଡିଶା ରାଜ୍ୟ ଜିମ୍ନାଷ୍ଟିକ ଚାମ୍ପିୟନସିପ ସଫଳତାର ସହ ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ୨୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।ସିନିଅର ବାଳକ ବର୍ଗରେ ଜଗଦୀଶ ବାରିକ, ସିନିଅର ବାଳିକା ବର୍ଗରେ ତନୁ ରାଜପୁତ, ଜୁନିଅର ବାଳକ ବର୍ଗରେ ଅଂଶୁମାନ ସୁନ୍ଦରା, ଜୁନିଅର ବାଳିକା ବର୍ଗରେ ଭୂମିକା ରେଡ୍ଡି, ସବଜୁନିଅର ବାଳକ ବର୍ଗରେ ପ୍ରିୟମ ମଲ୍ଲିକ ଏବଂ ସବଜୁନିଅର ବାଳିକା ବର୍ଗରେ ସୌମ୍ୟଶ୍ରୀ ପ୍ରିୟଦର୍ଶିନୀ ଚାମ୍ପିୟନ ହୋଇଥିଲେ ।
ଇଭେଣ୍ଟ ପଦକ ହାସଲ କରିଥିବା କ୍ରୀଡ଼ାବିତମାନେ ହେଲେ—
ସିନିଅର ବାଳକ ବର୍ଗରେ ମୃତ୍ୟୁଞ୍ଜୟ ପଟ୍ଟନାୟକ, ମୋହିତ କୁମାର ଓ ଦେବାଶିଷ ରେଡ୍ଡି;
ସିନିଅର ବାଳିକା ବର୍ଗରେ ଅକ୍ଷରା ବେହୁରା, ରଶ୍ମିତା ବେହେରା ଓ ରୀତିକା ଦାସ;
ଜୁନିଅର ବାଳକ ବର୍ଗରେ ବିରୁଚନ୍ଦ୍ର ରାଓ, ଅଭିଜିତ ପ୍ରଧାନ ଓ ବିଭୁଦତ୍ତ ପାଲ;
ଜୁନିଅର ବାଳିକା ବର୍ଗରେ ରେଶମ ଖାନ, ସରନ୍ୟା ମିଶ୍ର ଓ ଉଷଶ୍ରୀ ସାହୁ;
ସବଜୁନିଅର ବାଳକ ବର୍ଗରେ ଅଭୟ ଦାସ, ସାୟନ ଚାଟୋଇ ଓ ଶୁଭମ ପାଇକରାୟ;
ସବଜୁନିଅର ବାଳିକା ବର୍ଗରେ ଖୁସି ରେଡ୍ଡି, ଐଶ୍ୱର୍ୟା ଭଟ୍ଟାଚାର୍ଯ୍ୟ ଓ ନନ୍ଦିତା ପାତ୍ର ।
ମଞ୍ଚାସିନ ଅତିଥି ଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଓଡିଶା ଅଲିମ୍ପିକ ଆସୋସିଏସନର କୋଷାଧ୍ୟକ୍ଷ ରବି ଶଙ୍କର ପ୍ରତିଆରି, ବରିଷ୍ଠ ଆଇନଜୀବୀ ସୁଧାଂଶୁ ଶେଖର ରାୟ, ଓଡିଶା ଜିମ୍ନାଷ୍ଟିକ ଆସୋସିଏସନର ଉପସଭାପତି ଦ୍ୱାରିକାନାଥ ମିଶ୍ର ଓ ସମ୍ପାଦକ ଅଶୋକ ସାହୁ ଉପସ୍ଥିତ ରହି ସମ୍ମିଳିତ ଭାବେ କ୍ରୀଡ଼ାବିତମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । କଲିକତାରେ ଗତ ୨୦ ଜାନୁଆରୀରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିବା ୧୭ ବର୍ଷ ବାଳକ ବର୍ଗର ଅଂଶୁମାନ ସୁନ୍ଦରା ଓ ୧୭ ବର୍ଷ ବାଳିକା ବର୍ଗର ଦନଲକ୍ଷ୍ମୀ ରାଓଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ବାହାର ରାଜ୍ୟର ବିଚାରପତି ଜିତେନ୍ଦ୍ର କୁମାର, ଅଞ୍ଜନା ଚାଟାର୍ଜୀ ଓ ମୌପିୟା ଦାସଙ୍କ ସହିତ ଓଡିଶାର ବିଚାରପତି ରମେଶ ବେହେରା, ପରେଶ୍ୱର ପୁଷ୍ପାଳକ, ମୀରାରାଣୀ ଦାସ ଓ ଦିପ୍ତିମୟୀ ନାୟକ ମିଳିତ ଭାବେ ପ୍ରତିଯୋଗିତା ପରିଚାଳନା କରିଥିଲେ ।
କ୍ରୀଡ଼ାବିତ ଓ ଅଫିସିଆଲମାନଙ୍କ ପାଇଁ ଉତ୍ତମ ହୋଟେଲ ବ୍ୟବସ୍ଥା, ଭଲ ଖାଦ୍ୟ, ଯାତାୟାତ ପାଇଁ ଗାଡ଼ି ସୁବିଧା ସହିତ ସମସ୍ତ ପ୍ରକାର ମେଡିକାଲ ସୁବିଧା ଯୋଗାଇ ଦିଆଯାଇଥିଲା । ଏହି ପ୍ରତିଯୋଗିତାକୁ ସଫଳ କରିବାରେ ଲକ୍ଷ୍ମଣ ସେନାପତି, ବିଷ୍ଣୁ ଶ୍ରେଷ୍ଠ, ସୀତାକାନ୍ତ ଓଝା, ଉମାକାନ୍ତ ଓଝା, ଜାବେଦ ଅଖତାର, ଜଗବନ୍ଧୁ ସାହୁ, ନୀତିଶ ମିଶ୍ର, ଖେମ ବୁରା, ଚିନ୍ମୟ ରାଉଳ, ଗୌରବ ଖୁଣ୍ଟିଆ, ମୃଣାଳିନୀ ଦାସ ଓ ପ୍ରୀତି ରେଡ୍ଡି ପ୍ରମୁଖ ଯୁବକ-ଯୁବତୀମାନେ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାର ପରିଚାଳକ ଭାବେ ପ୍ରଦୀପ ସାହୁ ଏବଂ ନିର୍ଦେଶକ ଭାବେ ରଞ୍ଜନ ରେଡ୍ଡି ସଫଳତାର ସହ ପରିଚାଳନା କରିଥିଲେ ।
