ଭୁବନେଶ୍ବର : ଭୁବନେଶ୍ବର ନୀଳାଦ୍ରିବିହାର ଲଭ ଟ୍ରାଙ୍ଗଲ ମର୍ଡର ପ୍ଲଟର ବଡ଼ ଖୁଲାସା । କିଲର ଦିନେଶ ଗିରଫ, ଖସିପାରିବନି ପ୍ରେମିକା ଲିଜା । କେମିତି ଆଉ କାହିଁକି କରିଥିଲା ହତ୍ୟା ଗୋଟି ଗୋଟି କରି ପୋଲିସ ଆଗରେ କହିଲା ଅଭିଯୁକ୍ତ । ସରେଣ୍ଡର କଲା ଆଉ ସତ କହିଲା । ଜଗତସିଂହପୁରରେ ଆତ୍ମସମର୍ପଣ ପରେ ଦୀନେଶକୁ ଭୁବନେଶ୍ବର ଆଣି ଚାଲିଛି ପଚରାଉଚରା । ପ୍ରେମିକା ଲିଜାର ଚୋରା ପିରତି ଥିବା ସନ୍ଦେହ କରିଥିଲା ଦିନେଶ । ଗାଁକୁ ଯିବାକୁ କହି ଲିଜାର ସତ ଧରିବାକୁ ଅପେକ୍ଷା କରିଥିଲା । ଦିନେଶର ଗାଁକୁ ଚାଲି ଯାଇଥିବା ଭାବି ନୂଆ ବୟଫ୍ରେଣ୍ଡକୁ ସତ୍ୟବ୍ରତକୁ ରୁମକୁ ଡକାଇଥିଲା ଲିଜା ।
ସତ୍ୟବ୍ରତ ସହ ଲିଜା ପ୍ରପୋଜ ଡେ ସେଲିବ୍ରେଟ କରୁଥିବା ବେଳେ ପହଞ୍ଚିଯାଇଥିଲା ଦିନେଶ । ଆଉ ଲିଜା କେବଳ ତାର କହି ସତ୍ୟବ୍ରତକୁ କରିଥିଲା ବିଭତ୍ସ ହତ୍ୟା । ୩ ଦିନ ଲୁଚକାଳି ଖେଳ ପରେ କାଲି ସରେଣ୍ଡର କରିଛି ଦିନେଶ । ଜଗତସିଂହପୁର ସଦର ଥାନା ଡିସିଓଙ୍କୁ ଭେଟି କହିଥିଲା ମୁଁ ମର୍ଡର କରିଛି । ପୋଲିସ ଆଗରେ ହତ୍ୟାକାଣ୍ଡର ଅନେକ କିଛି ଗୁମର କହିଛି ଦୀନେଶ । ଦିନେଶର ଖୁଲାସା ପରେ ଏବେ ଆଉ ଖସିପାରିବନି ଲିଜା । ସେପଟେ ହତ୍ୟାକାରୀ ଦିନେଶ ଗିରଫ ପରେ ଆଜି ହେବ ସିନ୍ ରିକ୍ରିଏସନ। କ୍ରାଇମସ୍ପଟକୁ କ୍ରିମିନାଲକୁ ନେଇ ପୋଲିସ ଖୋଜିବ ରକ୍ତ ଭିଜା ଛୁରୀ । ଆଜି କୋର୍ଟ ଚାଲାଣ ହେବ ଦିନେଶ ନାୟକ । ପୂର୍ବରୁ ଦିନେଶ ନାଁରେ ରହିଛି ଦୁଇଟି ସଙ୍ଗୀନ ମାମଲା ।
