• About Us
  • Contact Us
Saturday, March 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କୋଟିପତି ଯନ୍ତ୍ରୀଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା, ନଗଦ ସାଢ଼େ ୪ ଲକ୍ଷ ଟଙ୍କା  ଜବତ

by Voice of Victims
March 7, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
କୋଟିପତି ଯନ୍ତ୍ରୀଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା, ନଗଦ ସାଢ଼େ ୪ ଲକ୍ଷ ଟଙ୍କା  ଜବତ

ମାର୍ଶାଘାଇ :  ଭିଜିଲାନ୍ସ ଜାଲରେ ଜଳସଂପଦ ବିଭାଗର କୋଟିପତି ଯନ୍ତ୍ରୀ ।  ଘରୁ ବାହାରିଲା ପୁଳା ପୁଳା ଟଙ୍କା । ନଗଦ ସାଢ଼େ ୪ ଲକ୍ଷ ଟଙ୍କା  ଜବତ ।   କେନ୍ଦ୍ରାପଡ଼ା  ଜିଲ୍ଲା ଡେରାବିଶ ଇରିଗେସନ ସବ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କର ଭୁବନେଶ୍ବରରେ ଗୋଟିଏ ଓ ଚୌଦ୍ବାରରେ ଗୋଟିଏ ବହୁତଳ କୋଠା ରହିଛି  ।  ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରମୋଦଙ୍କ ବିଭିନ୍ନ ଠିକଣାରେ ଚାଲିଛି ଭିଜିଲାନସ ଚଢାଉ ।  ରେଡ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଓ ଅଫିସ କାଗଜପତ୍ର ଜବତ ହୋଇଛି ।  କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଭଦ୍ରକ ଓ ଭୁବନେଶ୍ବରରେ ଏକକାଳୀନ ଚାଲିଛି ରେଡ୍ ।

ସହକାରୀ ନିର୍ବାହୀ ଯନ୍ତ୍ରୀ  ପ୍ରମୋଦ ରାୟଙ୍କ ଅଫିସ  ସହ ଭଦ୍ରକ ଜିଲ୍ଲା ତିହିଡି ରାଣୀପୁରରେ ଥିବା ଶ୍ବଶୁର ଘରେ ଯାଞ୍ଚ  ଚାଲିଛି । ପୂର୍ବରୁ ପ୍ରମୋଦ ରାୟ କେନ୍ଦ୍ରାପଡା ଇନ୍ଦୁପୁର ସ୍ଥିତ ଜଳସମ୍ପଦ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଏବେ ଛତାଛକ ସ୍ଥିତ କାର୍ଯ୍ୟାଳୟ ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି l  ୧୯୮୮ ମସିହାରେ ପ୍ରମୋଦ ରାୟ ଜଳସଂପଦ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ ଚାକିରି ଆରମ୍ଭ କରିଥିଲେ ।  ସେତେବେଳେ ତାଙ୍କର ଦରମା ଥିଲା ୧୫୦୦ଟଙ୍କା । ବାଲିଅନ୍ତାରେ ୮ହଜାର ବର୍ଗଫୁଟ  ଜମିରେ ଏକ ଚାରି ମହଲା କୋଠା ରହିଛି । 

ସେହିପରି ଚୌଦ୍ବାରରେ ପ୍ରାୟ ୫ହଜାର ୨ଶହ ବର୍ଗଫୁଟ ଜମିରେ ରହିଛି ଦି ମହଲା ବିଲଡିଂ ।  ସହକାରୀ ନିର୍ବାହୀ ଯନ୍ତ୍ରୀ  ପ୍ରମୋଦ ରାୟଙ୍କର ଭୁବନେଶ୍ବର ଓ ଚୌଦ୍ବାରରେ ତାଙ୍କର ଦୁଇଟି ପ୍ଲଟ ଠାବ ହୋଇଛି ।  ଘରୁ ନଗଗ ୪ ଲକ୍ଷ ୪୮ ହଜାର ଟଙ୍କା ଜବତ ହୋଇଛି । ବ୍ୟାଙ୍କ, ପୋଷ୍ଟାଲ ଓ ଅନ୍ୟ ନିବେଶ ସଂପର୍କରେ ଯାଞ୍ଚ କରାଯାଉଛି ।  ଚଢାଉରେ ୨ଜଣ ଅତିରିକ୍ତ SP, ୯ ଡିଏସ୍ ପି , ୯ ଇନ୍ସପେକ୍ଟର, ୪ ASI ଓ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି ।

Post Views: 11
Share197Tweet123Send
Voice of Victims

Voice of Victims

Recent Posts

  • ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବନି ଇରାନ, ରାଷ୍ଟ୍ରପତି ମାସୌଦ ପେଜେଶ୍କିଆନ ମାଗିଲେ କ୍ଷମା
  • ସୁଭଦ୍ରାକୁ ନେଇ ବଡ଼ ଅପଡେଟ୍‌, ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସରେ ଖାତାକୁ ଆସିବ ୫ ହଜାର ଟଙ୍କା
  • ପୋକ୍ସୋ ଆଇନରେ ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକାକୁ ପୋଷାକ ଉପରୁ ସ୍ପର୍ଶ ମଧ୍ୟ ଯୌନ ନିର୍ଯାତନା
  • ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଲେ ଡାକ୍ତର ଦତ୍ତେଶ୍ୱର ହୋତା
  • ରାଜସ୍ଥାନ ସକିରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରି ଦୌଡିଲେ ଲୋକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In