ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ଚାଲିଛି ଭୋଟିଂ। ଭୋଟ ଦେଉଛନ୍ତି ବିଧାୟକ । ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ ଚାଲିଛି । ଜଣଙ୍କ ପରେ ଜଣେ ବିଧାୟକ ପହଞ୍ଚି ଭୋଟ ଦେଉଛନ୍ତି। ସକାଳ ୯ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ। ଅପହରାହ୍ଣ ୫ଟାରେ ଭୋଟ ଗଣତି ହେବ। ୪ ଆସନ ପାଇଁ ମୈଦାନରେ ଅଛନ୍ତି ୫ ପ୍ରାର୍ଥୀ।କ୍ରସ ଭୋଟିଂ କରିଛନ୍ତି କଂଗ୍ରେସର ୩ ବିଧାୟକ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ । ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିର୍ଦୋଷ କ୍ରସ ଭୋଟି କରିଛନ୍ତି ।
ଏହି ୩ ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯିବ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି । ସଭ୍ୟ ପଦ ରଦ୍ଦ ପାଇଁ ପଦକ୍ଷେପ ନିଆଯିବ । ବାଚସ୍ପତିଙ୍କୁ ଚିଠି ଲେଖି ସଭ୍ୟ ପଦ ରଦ୍ଦ ପାଇଁ ଦାବି କରିବୁ ବୋଲି କହିଛନ୍ତି ଭକ୍ତ ଦାସ । ଦରକାର ପଡ଼ିଲେ ସର୍ବୋଚ୍ଚ ନ୍ୟାୟାଳୟ ଯିବୁ । ଦଳ ବିରୋଧୀ କାମ କରିଛନ୍ତି,ନିଜ ସମ୍ମାନ କ୍ଷୁଣ୍ଣ କରିଥିବା କହିଛନ୍ତି ଭକ୍ତ ।
