• About Us
  • Contact Us
Monday, March 16, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ମୟୁରଭଞ୍ଜରେ କାଳବୈଶାଖୀର ତାଣ୍ଡବ; ୨ ମୃତ୍ୟୁ, ୨୦ରୁ ଉର୍ଦ୍ଧ୍ବ ଆହତ

by Voice of Victims
March 16, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ମୟୁରଭଞ୍ଜରେ କାଳବୈଶାଖୀର ତାଣ୍ଡବ; ୨ ମୃତ୍ୟୁ, ୨୦ରୁ ଉର୍ଦ୍ଧ୍ବ ଆହତ

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍‌ଣରେ କାଳବୈଶାଖୀ ହୋଇଛି। ସବୁଠୁ ଅଧିକ ମୟୁରଭଞ୍ଜରେ ତାଣ୍ଡବ ରଚିଛି କାଳବୈଶାଖୀ । ପ୍ରବଳ ପବନ ‌ଯୋଗୁଁ ଅନେକ ସ୍ଥାନରେ ଚାଳଘର ଭାଙ୍ଗିଛି। ସେହିପରି କାରକୁ କ୍ଷତି ପହଞ୍ଚାଇଥିବା ବେଳେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି। ଏହା ସହ ରାସ୍ତାରୁ ଅଟୋକୁ ନେଇ ପୋଖରୀରେ ଫିଙ୍ଗିଦେଇଥିବ ଦେଖିବାକୁ ମିଳିଛି । ଲୋକ ବି ଏଥିରୁ ବର୍ତ୍ତି ନାହାନ୍ତି। ଲୋକଙ୍କୁ ଗାଡ଼ି ସହ ରାସ୍ତାରୁ ଉଡ଼ାଇ ନେଇଥିବା ଜଣାପଡିଛି ।କାଳବୈଶାଖୀ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଗୁରୁତର ଏବଂ ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ରହିଛି । ୭୦ରୁ ଅଧିକ ଖପର ଘର କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗୁରୁତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଯୋଗ୍ୟ; ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍‌ର ତିନୋଟି ଗାଁରେ କାଳବୈଶାଖୀ ତାଣ୍ଡବ ରଚିଛି । କିଆ, ପାଣପୋଷି, ମେଣ୍ଢାଶିଙ୍ଗା ଗାଁରେ କାଳବୈଶାଖୀ ଘରଦ୍ବାର ଭାଙ୍ଗିବା ସହ ଅଘଟଣ ଘଟାଇଛି । ହଠାତ୍ ପବନ ମାଡ଼ିଆସିବା ସହ ଓ କୁଆ ପଥର ମାଡ଼ ହୋଇଥିଲା । ଯାହା ଫଳରେ ଏହି ତିନୋଟି ଗାଁରେ ପ୍ରାୟ ଶହେରୁ ଅଧିକ ଘର ଭାଙ୍ଗିଯାଇଥିବା ଜଣାପଡିଛି । ଏହାସହ ପ୍ରବଳ ପବନରେ କଙ୍କଡା ଗାଁ ରାସ୍ତାରେ ଯାଉଥିବା ଏକ ଯାତ୍ରୀବାହୀ ଅଟୋକୁ ଉଡାଇ ନେଇ ପୋଖରୀ ଭିତରେ ପକାଇ ଦେଇଥିବା ଦେଖିବାକୁ ମିଳିଛି । ରାସ୍ତାରେ ଯାଉଥିବା ଏକ ବାଇକ୍ ଓ ସ୍କୁଟରକୁ ମଧ୍ୟ ଉଡ଼ାଇ ନେଇ ଫିଙ୍ଗି ଦେଇଥିବା ଜଣାପଡିଛି ।

ତେବେ ଘୂର୍ଣ୍ଣିଝଡ଼ ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତକଙ୍କ ମଧ୍ୟରେ ପୁରୁଣାପାଣି ଗ୍ରାମର ମାଳତୀ ମହାନ୍ତ ଓ କେନ୍ଦୁଝର ଜିଲ୍ଲା ପାଟଣା ଥାନା ହଳଦୀବଟା ଗ୍ରାମର ପୋଲିସ ନାୟକ ବୋଲି ଜଣାପଡିଛି ।ଅନ୍ୟପଟେ କରଞ୍ଜିଆ ଘୂର୍ଣ୍ଣିଝଡ଼ରେ ୨ ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏହି ଘଟଣାରେ ଦୁଃଖପ୍ରକାଶ ସହ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା ନେଇ ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି । ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

Post Views: 21
Share198Tweet124Send
Voice of Victims

Voice of Victims

Recent Posts

  • ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
  • “ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ
  • ମୟୁରଭଞ୍ଜରେ କାଳବୈଶାଖୀର ତାଣ୍ଡବ; ୨ ମୃତ୍ୟୁ, ୨୦ରୁ ଉର୍ଦ୍ଧ୍ବ ଆହତ
  • କଟକ ଏସସିବି ଅଗ୍ନିକାଣ୍ଡ ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
  • କ୍ରସ ଭୋଟିଂ କରିଛନ୍ତି କଂଗ୍ରେସର ୩ ବିଧାୟକ, ସଭ୍ୟ ପଦ ରଦ୍ଦ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଲେ ଭକ୍ତ ଦାସ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In