ପୁରୀ : ରତ୍ନଭଣ୍ଡାର ଗଣତି ମଣତି ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଏସଓପି ଅନୁଯାୟୀ ହେବାକୁ ଥିବା ପ୍ରକ୍ରିୟା ସମ୍ପର୍କରେ ବୈଠକରେ ଆଲୋଚନ । ରତ୍ନଭଣ୍ଡାର ତଦାରଖ କମଟି ଅଧକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତାରେ ବୈଠକ । ମାହେନ୍ଦ୍ର ବେଳା ମାର୍ଚ୍ଚ ୨୫ ଚୈତ୍ର ଶୁକ୍ଳ ସପ୍ତମୀ ତିଥି ୧୨.୧୨ ରୁ ୧.୪୫ ମଧ୍ୟରେ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ।
୧୯୭୮ ମସିହାରେ ୭୨ ଦିନ ଗଣତି ମଣତି ହୋଇଥିଲା । ଏହି ବୈଠକରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ, ଏସପି, ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ, ପରିଚାଳନା କମିଟିର 5 ଜଣ ସେବକ ପ୍ରତିନିଧି, ଛତିଶାନିଯୋଗ ମହାନାୟକ, ଭଣ୍ଡାର ମେକାପ, ତଢାଉକରଣ, ଦେଉଳକରଣ ବୈଠକରେ ଉପସ୍ଥିତ ଅଛନ୍ତି ।
ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଚୂଡାନ୍ତ ଏସଓପି ଅନୁଯାୟୀ ଆସନ୍ତା 25 ତାରିଖରୁ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ କିଭଳି ଏହି ପ୍ରକ୍ରିୟା ରହିବ ସେନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜିର ବୈଠକରେ ଆଲୋଚନା ହେବ । ତିନୋଟି ପର୍ଯ୍ୟାୟରେ ଅଳଙ୍କାର ଗଣତିମଣତି କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ସେହି ସମୟରେ ବାହାର କାଠରୁ ଭକ୍ତମାନେ ଦର୍ଶନ କରିପାରିବେ ।
ଶନିବାର, ରବିବାର ଗହଳି ଦିନ ସମେତ ବିଶେଷ ପର୍ବପର୍ବାଣି ସମୟରେ ଗଣତିମଣତି ବନ୍ଦ ରହିବ ବୋଲି କୁହାଯାଇଛି । ସେପଟେ 1978 ମସିହାର ଗଣତିମଣତି ରିପୋର୍ଟ ସହ ବର୍ତ୍ତମାନ ଭିତର ରତ୍ନଭଣ୍ଡାର ଭିତରେ ଥିବା ମହାପ୍ରଭୁଙ୍କ ଦୁର୍ମୂଲ୍ୟ ଅଳଙ୍କାର ମେଳକ କରାଯିବ।
