ଭୁବନେଶ୍ବର: ବଦଳିଲା ପାଗ । ସକାଳୁ ସକାଳୁ ଟ୍ବିନସିଟିରେ କୋହଲା ପାଗ । ହେମାଳ ପବନ ବହୁଛି । ଆଜି କାଳବୈଶାଖୀ ପାଇଁ ମୟୂରଭଞ୍ଜ ଓ ବାଲେଶ୍ବରକୁ ଅରେଞ୍ଜ ୱାର୍ଣ୍ଣିଂ । ଏହି ଦୁଇ ଜିଲ୍ଲାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ସେହିପରି ବିଜୁଳି, ଘଡ଼ଘଡ଼ି ପାଇଁ କେନ୍ଦୁଝର, ଯାଜପୁର,ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହାପିରେ । ସେହିପରି ଆସନ୍ତକାଲି ବିଜୁଳି, ଘଡ଼ଘଡ଼ି ପାଇଁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ୩ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରି ସେଲସିୟସ ହ୍ରାସ ପାଇବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ତାପମାତ୍ରା ପୁଣି ୨ରୁ ୩ ଡିଗ୍ରି ସେଲସିୟସ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସୂଚନାଯୋଗ୍ୟ, ତାଣ୍ଡବ କରିବ କାଳବୈଶାଖୀ । ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ। ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଝଡ଼ବର୍ଷା ହେବ । ଏହା ସହ ୫୦ ରୁ ୬୦ କିଲୋମିଟର ବେଗରେ ପବନ ହବିବା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ଆଜି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଦକ୍ଷିଣ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅନ୍ୟପଟେ ମାର୍ଚ୍ଚ ରୁ ମେ ପାଣିପାଗ ପୂର୍ବାନୁମାନ ଜାରି କରିଛି IMD । ଅଧିକାଂଶ କ୍ଷେତ୍ରରେ ସ୍ୱଭାବିକରୁ ଅଧିକ ରହିବ ତାପମାତ୍ରା ।
ଚଳିତବର୍ଷ ଖୁବ୍ ଶୀଘ୍ର ଦେଶକୁ ଗ୍ରୀଷ୍ମର ଆଗମନ ହେବ। କେତେକ ସ୍ଥାନରେ ହିଟ-ୱେଭ ଦିନସଂଖ୍ୟା ମଧ୍ୟ ବଢିପାରେ । ତେବେ ଉତ୍ତର-ପଶ୍ଚିମ ଓ ମଧ୍ୟ ଭାରତର କେତେକ କ୍ଷେତ୍ରରେ ତାପମାତ୍ରା ସ୍ବଭାବିକରୁ ସାମାନ୍ୟ କମ୍ ମଧ୍ୟ ରହିପାରେ । ଅଧିକାଂଶ ସ୍ଥାନର ରାତି ତାପମାତ୍ରାରେ ମଧ୍ୟ ବୃଦ୍ଧି ହୋଇପାରେ । ଏଣୁ ଦିନରେ ଲୋକେ ଗରମରେ ସନ୍ତୁଳି ହୋଇ ରାତିରେ ବି ତ୍ରାହି ପାଇବେନି । ହେଲେ ଦକ୍ଷିଣ ଭାରତର କିଛି ଅଞ୍ଚଳ ଓ ଅନ୍ୟ ସ୍ଥାନରେ ରାତିର ତାପମାତ୍ରା ସ୍ୱଭାବିକ ଅଥବା ତା ଠାରୁ କମ ରହିପାରେ ।
