ବଡ଼ଚଣା:୨୧/୦୩:- ବଡ଼ଚଣା ବ୍ଲକ ଅନ୍ତର୍ଗତ ରାଧାଦେଇପୁର ଗ୍ରାମ ପଞ୍ଚାୟତ ର ବିଦ୍ୟାଧରପୁର ଗ୍ରାମରେ ଗତ କାଲିଠାରୁ ଶ୍ରୀ ଶ୍ରୀ ଶ୍ୟାମସୁନ୍ଦର ଜୀଉଙ୍କ ମନ୍ଦିରରେ ୩୨ତମ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଅଛି । ଏହି ମହାଯଜ୍ଞ ରେ ପ୍ରାୟ ୧୫ ରୁ ଅଧିକ ଗ୍ରାମର ଲୋକ ମାନେ ଭାଇ ଚାରା ର ସମର୍କ ର ରଖି ସହଯୋଗ କରିଥାନ୍ତି । ଏହା ୩ ଦିନ ଧରି ପାଳନ କରାଯାଏ ।
ପ୍ରଥମ ଦିନ ଗ୍ରାମର ମହିଳା ମାନଙ୍କ ଦ୍ଵାରା କଳସ ଶୋଭାଯାତ୍ରା ବେଶ୍ ଆନନ୍ଦରେ ପାଳନ କରାଯାଏ । ବରିଷ୍ଠ ଆଇନଜୀବି ସୌଭାଗ୍ୟ କେତନ ନାୟକ ଓ ତାଙ୍କର ଧର୍ମ ପତ୍ନୀ ଏହି ମହାଯଜ୍ଞ ରେ କର୍ତ୍ତା ରୂପରେ ମହାଯଜ୍ଞ କୁ ପରିଚାଳିତ କରିଥାନ୍ତି । ୨ୟ ଓ ୩ୟ ଦିନ ଗ୍ରାମ ଲୋକ ମାନଙ୍କ ଦ୍ଵାରା ନାଟ୍ୟ ପରିବେଷଣ ର ମଧ୍ୟ ଆୟୋଜନ କରାଯାଇଛି।
