• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର

by Voice of Victims
March 23, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର

ନୂଆଦିଲ୍ଲୀ : ଅନ୍ଧାରରେ ଇରାନର ରାଜଧାନୀ । ! ଆମେରିକାର ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍ ପରେ ଥରିଲା ତେହେରାନ । ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମାମାଡ଼! । ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର । ଟ୍ରମ୍ପଙ୍କ ଚେତାବନୀ: “ହର୍ମୁଜ୍ ଜଳପଥ ଖୋଲ ନହେଲେ ପରିଣାମ ଭୋଗ ।” ଆଜି ସକାଳୁ ଇରାନର ରାଜଧାନୀ ତେହେରାନ ଏକ ଭୟଙ୍କର ସ୍ଥିତିର ସାମ୍ନା କରିଛି । ଆମେରିକାର ଶକ୍ତିଶାଳୀ ଏୟାରଷ୍ଟ୍ରାଇକ ଯୋଗୁଁ ସହରର ପ୍ରମୁଖ ବିଦ୍ୟୁତ କେନ୍ଦ୍ରଗୁଡ଼ିକ ଧ୍ୱଂସ ହୋଇଯାଇଛି । ଯାହାଫଳରେ ସାରା ସହର ଅନ୍ଧାରରେ ବୁଡ଼ି ରହିଛି।  କାଲି ରାତିରୁ ଆଜି ସକାଳ ଯାଏଁ ତେହେରାନର ବିଭିନ୍ନ ଅଞ୍ଚଳରେ ପ୍ରଚଣ୍ଡ ବିସ୍ଫୋରଣ ଶୁଣିବାକୁ ମିଳିଥିଲା । ଆମେରିକା ମୁଖ୍ୟତଃ ଇରାନର ଶକ୍ତି ଭିତ୍ତିଭୂମି କୁ ଟାର୍ଗେଟ୍ କରିଛି ।

ଆକ୍ରମଣ ଯୋଗୁଁ ତେହେରାନର ଅଧିକାଂଶ ଭାଗରେ ବିଦ୍ୟୁତ କାଟ୍ ହୋଇଛି। ଏହା ସହିତ ଗତ ୨୩ ଦିନ ଧରି ଇରାନରେ ଇଣ୍ଟରନେଟ୍ ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ବାହ୍ୟ ଜଗତ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଦିନ ୪୮ ଘଣ୍ଟାର ସମୟ ଦେଇଥିଲେ ।  କହିଥିଲେ ଯଦି ଇରାନ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ଜଳପଥକୁ ସମ୍ପୂର୍ଣ୍ଣ ଭାବେ ନଖୋଲେ ତେବେ ସେଠାର ସବୁଠାରୁ ବଡ଼ ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ କରାଯିବ ।  ସେପଟେ ଇରାନ କହିଛି ଯଦି ସେମାନଙ୍କ ବିଦ୍ୟୁତ କେନ୍ଦ୍ର ଉପରେ ଆକ୍ରମଣ ହୁଏ, ତେବେ ସେମାନେ ଆମେରିକା ଏବଂ ପଡ଼ୋଶୀ ଦେଶଗୁଡ଼ିକର ତେଲ, ପାଣି ଏବଂ ଆଇଟି ସେବା ଉପରେ ଆକ୍ରମଣ କରିବେ ।

ଲଗାତାର ବୋମାମାଡ଼ ଏବଂ ବିଦ୍ୟୁତ ନଥିବା ଯୋଗୁଁ ତେହେରାନର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ମୋବାଇଲ୍ ଫ୍ଲାସ୍ ଲାଇଟ୍ ସାହାଯ୍ୟରେ ଲୋକେ ଯାତାୟାତ କରୁଥିବାର ଦୃଶ୍ୟ ସାମ୍ନାକୁ ଆସୁଛି । ଯଦି ଏହି ପରିସ୍ଥିତି ଜାରି ରହେ, ତେବେ ହସ୍ପିଟାଲ ଏବଂ ଜଳ ଯୋଗାଣ ଭଳି ଜରୁରୀ ସେବା ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି ।

Post Views: 13
Share197Tweet123Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In