ବାଲେଶ୍ୱର ( ଭିଓଭି )୨୫/୩ : – ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ୩ ଦିନ ଧରି ଶ୍ରୀରାମ ଚେତନା ଜାଗରଣ ସଂଘ ଦ୍ୱାରା ପାଳିତ ହେବ ଶ୍ରୀରାମ ନବମୀ । ଆଜି ବିଶାଳ କଳସ ଯାତ୍ରା ବାଲିଘାଟ ରୁ ଆରମ୍ଭ ହୋଇ ପରମିଟ ପଡିଆରେ ଶେଷ ହୋଇଛି । ଗୁରୁବାର ଦିନ ଅପରାହ୍ନରେ ବାଇକ୍ ରାଲି, ଏବଂ ଶୁକ୍ରବାର ଅର୍ଥାତ୍ ରାମନବମୀ ଦିନ ବିଶାଳ ପଦଯାତ୍ରା ସହିତ ଶ୍ରୀରାମ ଦରବାର ଝାଙ୍କି ପରମିଟ ପଡିଆରେ ଅନୁଷ୍ଠିତ ହେବ । ରବିବାର ଦିନ ବାଲିଘାଟ ରେ ବିସର୍ଜନ ଦିଆଯିବ । ଶ୍ରୀରାମ ଙ୍କ ଆଗମନ ରେ ସହର ଗେରୁଆ ବସ୍ତ୍ର ପରିଧାନ କରିବାର ଦୃଶ୍ୟ ଅତ୍ୟନ୍ତ ମନୋରମ ।
