• About Us
  • Contact Us
Tuesday, August 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’

by Voice of Victims
March 28, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ପୁଣି ଡରାଇଲାଣି କରୋନା: ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୩ଜଣ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ପୁଣି ଫେରିଲା କରୋନା ଡର। ନୂଆ ଭାରିଆଣ୍ଟର ନାଁ ‘ସିକାଡ଼ା’। ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଠାବ ହୋଇଥିଲା । ବର୍ତ୍ତମାନ ୨୩ଟି ଦେଶକୁ ମାଡ଼ିଗଲାଣି । ବୈଜ୍ଞାନିକ ଏହାର ନାଁ BA.3.2 ବା ‘ସିକାଡ଼ା ରଖିଛନ୍ତି । ଏହା ଓମିକ୍ରନ୍ ପରିବାରର ଏକ ଅଂଶ। ଏଥିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହା ଉପରେ ନଜର ରଖିଛି । ‘ସିକାଡ଼ା’ ଏକ ପ୍ରକାରର ପୋକ। ଯିଏ ବହୁ ବର୍ଷ ଧରି ମାଟି ତଳେ ଶୋଇ ରହିବା ପରେ ବାହାରକୁ ଆସେ । ଏହି ଭୂତାଣୁ ମଧ୍ୟ ୨୦୨୨ ପରଠାରୁ ଗୋପନରେ ଥିଲା । ଏବେ ପୁଣି ଦେଖାଦେଇଛି। ତେଣୁ ଏହାର ନାମ ସିକାଡ଼ା ରଖାଯାଇଛି । ସିକାଡା ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଜଣେ ଶିଶୁଠାରେ ଦେଖାଯାଇଥିଲା ।

ବର୍ତ୍ତମାନ ସୁଦ୍ଧା ଆମେରିକା, ଜାପାନ, ବ୍ରିଟେନ୍ ଏବଂ ୟୁରୋପ ସମେତ ପ୍ରାୟ ୨୩ଟି ଦେଶରେ ଏହା ଚିହ୍ନଟ ହୋଇସାରିଛି । ଏହାର ଲକ୍ଷଣ ପୂର୍ବ ଭାରିଆଣ୍ଟ ପରି ସମାନ । କାଶ, ଗଳା ବସିଯିବା, ଜ୍ୱର, ମୁଣ୍ଡବିନ୍ଧା ଏବଂ ନାକରୁ ପାଣି ବୋହିବାର ଲକ୍ଷଣ ଦେଖାଦିଏ । ସିକାଡ଼ା ଭୂତାଣୁରେ ପୂର୍ବ ଭାରିଆଣ୍ଟଠାରୁ ୭୦ରୁ ଅଧିକ ପ୍ରକାରର ପରିବର୍ତ୍ତନ ହୋଇଛି । ତେଣୁ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଚକମା ଦେଇପାରେ । କିନ୍ତୁ ଏହା ଦ୍ୱାରା ରୋଗୀ ଗୁରୁତର ହେବା କିମ୍ବା ହସ୍ପିଟାଲରେ ଭର୍ତ୍ତି ହେବାର କୌଣସି ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ । ସିକାଡା ପାଇଁ ଟିକା ଏବେ ମଧ୍ୟ ପ୍ରଭାବଶାଳୀ ଅଛି । ହାତ ଧୋଇବା, ସଫାସୁତୁରା ରହିବା ଏବଂ ଲକ୍ଷଣ ଦେଖାଦେଲେ ପରୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇଛି। WHO ଏହି ସିକାଡା ଉପରେ ନଜର ରଖିଛି ।

Post Views: 112
Share207Tweet129Send
Voice of Victims

Voice of Victims

Recent Posts

  • ରୋଟାରି କ୍ଲବ କଟକ କ୍ୟାଣ୍ଟନମେଣ୍ଟର ୭ମ ଅଧିଷ୍ଠାନ ଦିବସ, ୨୫ ନୂତନ ସଦସ୍ୟଙ୍କୁ ସାମିଲ, ସମାଜସେବାରେ ବହୁମୁଖୀ କାର୍ଯ୍ୟକ୍ରମ
  • 1984 ମସିହା ISc ବ୍ୟାଚର ବନ୍ଧୁ ମିଳନ
  • ବାଲେଶ୍ବରବାସୀଙ୍କ ପାଇଁ ଖୁସିର ଖବର, ଡପ୍ଲର ରାଡାରର କାର୍ଯ୍ୟ ଶେଷ ପର୍ଯ୍ୟାୟରେ
  • କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ; ୧୨୦ ମିଟର ତ୍ରିରଙ୍ଗା ସହ ଗୁଞ୍ଜିଲା ‘ଭାରତ ମାତା କୀ ଜୟ’ ଧ୍ୱନି
  • ୧୩ରେ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In