କଟକ : ଆଜିଠାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ । ପିୟୁସିସି ନଥିଲେ ଟୋଲଗେଟରେ ଇ-ଡିଟେକସନ ବ୍ୟବସ୍ଥାରେ କଟିବ ଚାଲାଣ। ରାଜ୍ୟ ସରକାର ଏପ୍ରିଲ ୧ ପର୍ଯ୍ୟନ୍ତ ପିୟୁସିସିକୁ କୋହଳ କରିଥିଲେ । ରାଜ୍ୟରେ ବାୟୁର ଗୁଣବତ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି । ପରିବହନରେ ପରିବେଶ ସୁରକ୍ଷାକୁ ଲକ୍ଷ୍ୟ ରଖି ପ୍ରଦୂଷଣ ଯାଞ୍ଚ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଓଡିଶାରେ ମାତ୍ର ୨୧ ପ୍ରତିଶତ ଗାଡ଼ିରେ ପ୍ରଦୂଷଣ ପ୍ରମାଣପତ୍ର ରହିଛି। ଅନେକ ଗାଡ଼ିର ଏହାର ବ୍ୟାପକ ଉଲ୍ଲଙ୍ଘନ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପିୟୁସିସି ଯାଞ୍ଚକୁ କଡ଼ାକଡ଼ି କରାଯାଇଥିଲା । କିନ୍ତୁ ଜନସାଧାରଣ ଏ ନେଇ ସଚେତନ ନ ଥିବାରୁ ପିୟୁସିସି ଯାଞ୍ଚକୁ କୋହଳ କରିଥିଲେ ରାଜ୍ୟ ସରକାର । ଏପ୍ରିଲ୧ ପର୍ଯ୍ୟନ୍ତ ଏହି କୋହଳ ଲାଗୁଥିବା ବେଳେ ଆଜିଠାରୁ ପୁନଶ୍ଚ ପିୟୁସିସି ଯାଞ୍ଚ କଡ଼ାକଡ଼ି ହେବ ।
ଗତ ଚାରି ମାସ ତଳେ ସାଂଘାତିକ ସ୍ଥିତିରେ ଦିଲ୍ଲୀ ପ୍ରଦୂଷଣ । ଦିଲ୍ଲୀରେ ନୋ ପିୟୁସି ନୋ ଫୁଏଲ୍ ନିୟମ ଲାଗୁ ହୋଇଥିଲା । ପ୍ରଦୂଷଣ ସାର୍ଟିଫିକେଟ ନାହିଁ ତ ତେଲ ନାହିଁ । ଦିଲ୍ଲୀ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି କଠୋର ପଦକ୍ଷେପ ଗ୍ରହଣ କରିଥିଲେ । ଏହା ବ୍ୟତୀତ, କେବଳ BS-VI ଅନୁପାଳନକାରୀ ଯାନଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା ।
କେବଳ ଆମ୍ବୁଲାନ୍ସ, ଅଗ୍ନିଶମ ଓ ପୋଲିସ ବିଭାଗର ଗାଡିକୁ ମିଳିବ ରିହାତି । ବାୟୁ ଗୁଣବତ୍ତାମାନ ଅତ୍ୟନ୍ତ ଖରାପ ଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛି । AQI ମାନ ୨୮୪ରେ ପହଞ୍ଚିଥିଲା । ପ୍ରଦୂଷଣକୁ ନଜରରେ ରଖି ଆଜିଠୁ ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀ ୱାର୍କ ଫ୍ରମ ହୋମରେ କାମ କରିବେ । ନିୟମ ଉଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । କିଛି ଦିନ ହେଲା ଦିଲ୍ଲୀ-ଏନସିଆରରେ ବାୟୂ ପ୍ରଦ୍ୟୁଷଣ ବଢ଼ିଚାଲିଛି । ପୂର୍ବରୁ ଅନଲାଇନରେ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଯାଇଥିଲା ।
