କଟକ, ମହାନଦୀ ବିହାର ପତଞ୍ଜଳି ଯୋଗ କେନ୍ଦ୍ର ଠାରେ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଓଡ଼ିଆ ଭାଷା ଆନ୍ଦୋଳନର ଭୂମିକା ତଥା ଓଡ଼ିଆ ଭାଷାର ଇତିହାସ ଓ ପ୍ରାଚୀନତା ବିଷୟରେ ଆଲୋଚନା କରାଯାଇଥିଲା। ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଲିପି ବ୍ୟବହାର ପାଇଁ ଶ୍ରୀ ଷଡ଼ଙ୍ଗୀ ଆହ୍ୱାନ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ଦାଶ, ପ୍ରଦୀପ୍ତ ଆଚାର୍ଯ୍ୟ, କୁରେଶ ପାତ୍ର, ସାଧୁଚରଣ ସ୍ବାଇଁ, ଲକ୍ଷ୍ମଣ କରଣ, ପତିତପାବନ ରାମ, ବିଗନ ପ୍ରଧାନ, ଶରତ ବେହେରା, ସୁଶିମ ଶାହ, ନିତାଇ ବଳ, ଶ୍ରୀମନ୍ତ ପଟ୍ଟନାୟକ, ଗୋପିନାଥ ସାହୁ, ବିମଳା ପାଣିଗ୍ରାହୀ, ଅନୁପମା ରାଉଳ, ଅମିତା ପୃଷ୍ଟି, ଅଞ୍ଜଳି ନାୟକ, ଶ୍ରଦ୍ଧାଞ୍ଜଳି ପରିଡ଼ା, ଅଳକା ନାୟକ, ପ୍ରତିମା ମିଶ୍ର, ଝୁନାରାଣୀ ବେହେରା, ବାସନ୍ତୀ ଦାସ, କବିତା କରଣ, କବିତା ରାଉଳ, ଗୀତାଞ୍ଜଳି ସାହୁ, ରଶ୍ମିତା ବସ୍ତିଆ, ରଶ୍ମିତା ଦଳାଇ, ପ୍ରଭାସିନୀ ନାୟକ, ବିଦ୍ୟୁତଲତା ରାୟ ଓ ସ୍ମୃତିସ୍ନିଗ୍ଧା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଏହି ଅବସରରେ ଓଡ଼ିଶାର ବରପୁତ୍ରମାନଙ୍କ ଫଟୋରେ ମାଲ୍ୟାର୍ପଣ ସହ ବନ୍ଦେ ଉତ୍କଳ ଜନନୀ ଗାନ ଓ ଓଡ଼ିଆ ଭାଗବତ ପାଠ କରାଯାଇଥିଲା। ସ୍ୱାଗତିକା ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ।
