କଟକ: ଉତ୍କଳ ଦିବସ ଅବସରରେ ସେକେଣ୍ଡାରୀ ବୋର୍ଡ଼ ହାଇ ସ୍କୁଲ ପୁରାତନ ଛାତ୍ର ସଂସଦ ତରଫରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ସମାଜସେବା ଓ ମାନବତାର ସନ୍ଦେଶ ପ୍ରସାର ପାଇଁ ଆୟୋଜିତ ଏହି ଶିବିରରେ ବହୁ ସଂଖ୍ୟକ ପୁରାତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକମାନେ ସ୍ୱଇଚ୍ଛାରେ ଭାଗ ନେଇଥିଲେ। ଶିବିରରୁ ମୋଟ ୧୩୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ରକ୍ତଦାନକୁ ଜୀବନଦାନ ବୋଲି ମନେ କରି ଅନେକ ଆଗେଇ ଆସିବାର ଦୃଶ୍ୟ ପ୍ରଶଂସନୀୟ ଥିଲା। ଏହି କାର୍ଯ୍ୟକ୍ରମରେ ସଂସଦର ସଦସ୍ୟମାନଙ୍କ ସହିତ ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ସ୍ଥାନୀୟ ଅଞ୍ଚଳବାସୀ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହିତ କର୍ମକର୍ତ୍ତା, ସମାଜସେବୀ ଓ ସ୍ୱେଚ୍ଛାସେବୀମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ।

ଏସ.ସି.ଵି ମେଡିକାଲ କଲେଜ ବ୍ଲଡ଼ ବ୍ୟାଙ୍କ ଡାକ୍ତର ରାଜେଶ କୁମାର ଷଡ଼ଙ୍ଗୀ, ଡାକ୍ତର ସ୍ୱପ୍ନିଲ ବିଶ୍ୱାସଙ୍କ ସହିତ ରାମ ଚନ୍ଦ୍ର ଖଟୁଆ, ନିବେଦିତା ଦାସ, ସୁମନ୍ତ କୁମାର ବେହେରା ଓ ଵି. ପି. ଘୋଷ ଉପସ୍ଥିତ ରହି ସୁଚାରୁ ଭାବେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏପରି ସମାଜ ଉପକାରୀ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସଂସଦ ପକ୍ଷରୁ କୁହାଯାଇଛି। ଉତ୍କଳ ଦିବସକୁ ସ୍ମରଣୀୟ କରିବା ସହିତ ଏହି ରକ୍ତଦାନ ଶିବିର ଅନେକ ଜୀବନକୁ ରକ୍ଷା କରିବାରେ ସହାୟକ ହେବ ବୋଲି ସମସ୍ତେ ଆଶା ବ୍ୟକ୍ତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମାଧ୍ୟାମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ, ପୂର୍ବତନ ସଭାପତି ରମାଶିଷ ହାଜରା, ପ୍ରାକ୍ତନ ଛାତ୍ରସଂସଦ ସଭାପତି ନିଶିକାନ୍ତ ମିଶ୍ର, ପ୍ରଧାନ ଶିକ୍ଷକ ଅଶୋକ କୁମାର ଶତପଥୀ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦୈତ୍ୟାରି ସାହୁ, ଡାକ୍ତର ଅନଙ୍ଗ ମୋହନ ଦ୍ବିବେଦୀ, ଡାକ୍ତର ସରୋଜ କୁମାର ତ୍ରିପାଠୀ, ଡ଼କ୍ଟର ଶ୍ରଦ୍ଧାଞ୍ଜଳି ପଣ୍ଡା, ଡାକ୍ତର ଅମିୟ ରଞ୍ଜନ ମହାପାତ୍ର, ନିରଞ୍ଜନ ସାହୁ, ବିମଳ ସାହୁ, ଵିକାଶ ଚନ୍ଦ୍ର ବେହେରା, ରଶ୍ମି ରଞ୍ଜନ ସ୍ୱାଇଁ, କୈଳାଶ ଚନ୍ଦ୍ର ଶତପଥୀ, ସମୀର କୁମାର ପରିଜା, ସନ୍ଦୀପ ମହାପାତ୍ର, ମନୋଜ ସାହୁ, ଦେବାଦୀପ୍ତା ସ୍ୱାଇଁ, ରାନୁ ଦାସ, ସଂଜୀବ ଜେନା, ମନୋଜ କୁମାର ଶତପଥୀ, ଜ୍ୟୋତି ରଞ୍ଜନ ବିଶ୍ୱାଳ, ମନୋରଞ୍ଜନ ମିଶ୍ର, ପ୍ରସନ୍ନ କୁମାର ରାଉତ, କାମାକ୍ଷା ପ୍ରସାଦ ମିଶ୍ର, କାଜଲ ମହାପାତ୍ର, କଲ୍ୟାଣ କୁମାର ଶତପଥୀ, ଦିପ୍ତୀରେଖା ସାହୁ, ସୌଭାଗ୍ୟ ଖୁଣ୍ଟିଆ, ଶ୍ରାବଣୀ ଦାସ, ରଶ୍ମିଲତା ସାହୁ, ଜ୍ୟୋତି ରଞ୍ଜନ ଦାସ, ହରିଚନ୍ଦନ ନାୟକ ପ୍ରମୁଖଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
