• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ

by Voice of Victims
April 2, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ

ରଣପୁର, ୦୨/୦୪ : ମଧ୍ୟ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଗ୍ୟାସ ସଙ୍କଟ ଦେଖାଯାଇଥିବା ବେଳେ ଏହାର ସୁଯୋଗ ନେଇ କଳା ବଜାରୀ କରୁଛନ୍ତି ଅସାଧୁ ବ୍ୟକ୍ତି l ବିଭିନ୍ନ ଜାଗାରେ ଘରୋଇ ଗ୍ୟାସ ସିଲିଣ୍ଡର କଳାବଜାରୀମାନେ ସିଲିଣ୍ଡର ଗଚ୍ଛିତ ରଖିବା ଯୋଗୁଁ ବଜାରରେ ଗ୍ୟାସର ଅଭାବ ଦେଖାଯାଉଛି । କଳାବଜାରୀ ରୋକିବାକୁ ଯୋଗାଣ ବିଭାଗ ରଣପୁରର ବିଭିନ୍ନ ଜାଗାରେ କଳାବଜାରୀଙ୍କ ଦୋକାନ ଉପରେ ଚଢ଼ାଉ କରା ଯାଉଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗୁରୁବାର ଦିନ ମଧ୍ୟାହ୍ନ ସମୟରେ ରାଜସୁନାଖଳାର ରଘୁନାଥ ସାହୁଙ୍କ ଘରେ ଯୋଗାଣ ବିଭାଗ ଅଧିକାରୀ ଅନିତା ରାଉତ ରାୟ, ତହସିଲଦାର ଅର୍ଯ୍ୟ କୁମାର ସର୍ବଦମନ, ବିଡିଓ ମନୋଜ ନାୟକ ଓ ସ୍ଥାନୀୟ ଫାଣ୍ଡି ପୋଲିସ ଏ ଏସ ଆ ହେମନ୍ତ ପ୍ରଧାନ ଚଢ଼ାଉ କରିଥିଲେ ।

ଏହି ଚଢ଼ାଉରେ ଇଣ୍ଡିଆନ, ଭାରତ ଓ ଏଚପି କମ୍ପାନୀର ୩୨ଟି ଗ୍ୟାସ ସିଲିଣ୍ଡର ଜବତ କରା ଯାଇଥିଲା । ୩୨ଟି ଗ୍ୟାସ ସିଲିଣ୍ଡର ମଧ୍ୟରୁ ୭ଟି ପୂର୍ଣ୍ଣ ସିଲିଣ୍ଡର ଥିବା ବେଳେ ୨୫ଟି ଖାଲି ଟାଙ୍କି ରହିଥିଲା । ସେହି ଭଳି ରଣପୁର ୱାର୍ଡ ନମ୍ବର ୬ରୁ ବିଶ୍ୱ ରଞ୍ଜନ ପୃଷ୍ଟି ଓ ସତ୍ୟ ନାରାୟଣ ପୃଷ୍ଟି ଙ୍କ ଘରେ ଚଢ଼ାଉ କରାଯାଇ ୩ଟି ଗ୍ୟାସ ସିଲିଣ୍ଡର ଜବତ କରା ଯାଇଛି । ଏହି ଚଢ଼ଉରେ ତହସିଲଦାର ବ୍ଲକ ଡେଭଲପମେଣ୍ଟ ଅଫିସର ଓ ରଣପୁର ଅର୍ବାନ ଅଫିସର ସାମିଲ ଥିଲେ । ଆଗାମୀ ଦିନରେ ଗ୍ୟାସ କଳା ବଜାରୀ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି I

Post Views: 11
Share197Tweet123Send
Voice of Victims

Voice of Victims

Recent Posts

  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ
  • ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ
  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In