• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

୧୨ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରିଲେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ

by Voice of Victims
April 3, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
୧୨ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରିଲେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ

ପୁରୀ(ଭିଓଭି): ଏକ ସୁସ୍ଥ ସମାଜ ଗଠନର ମହାନ ଲକ୍ଷକୁ ସାକାର କରିବା ନିମନ୍ତେ ନିଜକୁ ଉତ୍ସର୍ଗୀକୃତ କରି ତୃଣମୂଳ ସ୍ତରରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଓ ସହାୟିକା ମାନେ ଦୀର୍ଘ ଦିନ ଧରି ନାନା ପ୍ରକାର ଶୋଷଣର ସାମନା କରି ଆସୁଛନ୍ତି । କେତେବେଳେ ଗ୍ରାମବାସୀଙ୍କ ରୋଷର ଶିକାର ହେଉଛନ୍ତି ତ ଆଉ କେତେବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ନାନା ହଇରାଣ ହରକତ ହେଉଛନ୍ତି । କମ୍ ପାରିଶ୍ରମିକରେ ରାତି ଦିନ ଖଟୁଛନ୍ତି ଅଙ୍ଗନୱାଡି କର୍ମୀ ଏବଂ ସହାୟିକା । ନିର୍ବାଚନ ଜିତିଲେ ଅଙ୍ଗନୱାଡି କର୍ମୀ ଏବଂ ସହାୟିକାଙ୍କ ଭତ୍ତା ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ହେଲେ ନିର୍ବାଚନ ଜିତି ସରକାର ଗଠନ କରି ସାରିବା ପରେ ଭୁଲିଗଲେ ଦେଇଥିବା ପ୍ରତିଶୃତିକୁ । ଏଣେ ଯେତିକି ବି ମିଳୁଛି, ନୂତନ ପୋର୍ଟାଲ ଅନୁଯାୟୀ ଦରମା ପ୍ରଦାନ କରିବା ବେଳେ କତୃପକ୍ଷଙ୍କ ଆନ୍ତରିକତା ଅଭାବରୁ ଏବଂ ବିଭିନ୍ନ ତୃଟି ବିଚ୍ୟୁତି କାରଣରୁ ବହୁ କର୍ମୀ ନିୟମିତ ଭତା ପାଇବାରେ ବିଳମ୍ବ ହେଉଅଛି । ୬୦ ବର୍ଷ ବୟସରେ ଅବସରକାଳୀନ ଭତ୍ତା ମଧ୍ୟ ସୂଚାରୁ ରୂପେ ମିଳୁନାହିଁ । ସ୍ୱାସ୍ଥ୍ୟକେନ୍ଦ୍ରସ୍ତରୀୟ ଓ ଅନ୍ୟାନ୍ୟ ବ୍ଲକ ସ୍ତରୀୟ ବୈଠକରେ ଅଙ୍ଗନୱାଡି କର୍ମୀଙ୍କୁ ଟି.ଏ., ଡି.ଏ. ପ୍ରଦାନ, ବଜାର ଦର ଅନୁସାରେ ମୋବାଇଲ ରିଚାର୍ଜ ଦେୟ, ଉନ୍ନତ ମାନର ୫ଜି ମୋବାଇଲ ପ୍ରଦାନ, ପ୍ରି ସ୍କୁଲ ୟୁନିଫର୍ମ ଅର୍ଥ ଜଏଣ୍ଟ ଆକାଉଣ୍ଟରେ ପ୍ରଦାନ ଏମ୍‌. ଏସ୍‌. ରେଜିଷ୍ଟର କାର୍ଯ୍ୟକୁ କୋହଳ ଆଦି ୧୨ ଦଫା ଦାବି ନେଇ ଆଜି ସର୍ବଭାରତୀୟ ଦାବି ଦିବସ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ସହଭାଗିତାରେ ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ପୁରୀ ଜିଲ୍ଲା କମିଟି ତରଫରୁ ପୁରୀ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।


ସକାଳ ପ୍ରାୟ ୧୧ଟା ସମୟରେ ପୁରୀଜିଲ୍ଲାର ୧୧ଟି ବ୍ଲକର ଶତାଧିକ ଅଙ୍ଗନୱାଡି କର୍ମୀ ଏବଂ ସହାୟିକା ମାନେ ସ୍ଥାନୀୟ ଏସ୍‌.ସି.ଏସ୍‌. କଲେଜ ସମ୍ମୁଖରେ ଏକତ୍ରିତ ହୋଇ ପୋଷଣ ନାମରେ ଶୋଷଣ ବନ୍ଦକର ଆଦି ବିଭିନ୍ନ ଶ୍ଲୋଗାନ ମାନ ଦେଇ ଏକ ବିରାଟ ପଟୁଆରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଗ୍ରହଣ କରିଥିଲେ । ଜିଲ୍ଲାପାଳଙ୍କ ସହ କଥାବାର୍ତ୍ତା କରି ଜିଲ୍ଲା ଡି.ଏସ୍‌.ଡବ୍ଲ୍ୟୁଙ୍କ ଉପସ୍ଥିତିରେ ଅଙ୍ଗନୱାଡି ସଂଘ କାର୍ଯ୍ୟକର୍ତ୍ତା ମାନଙ୍କ ସହ ଖୁବ୍ ଶୀଘ୍ର ଆଲୋଚନା କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତିଶୃତି ଦେଇଥିବାର ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀସଂଘ ରାଜ୍ୟ ସଂପାଦିକା ହରପ୍ରିୟା ସ୍ୱାଇଁ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀସଂଘର ପୁରୀ ଜିଲ୍ଲା ସଭାପତି ପ୍ରତିଭା ପରିଡ଼ା, ଜିଲ୍ଲା ସଂପାଦିକା ତଥା ରାଜ୍ୟ କୋଷାଧ୍ୟକ୍ଷ ଲକ୍ଷ୍ମିପ୍ରିୟା ମହାପାତ୍ର, ଏ.ଆଇ.ଟି.ୟୁ.ସି. କର୍ମକର୍ତ୍ତା ବ୍ରଜବନ୍ଧୁ ପ୍ରଧାନ ଏବଂ ମନୋଜ ପରିଡ଼ା ପରିଚାଳନା କରିଥିବା ବେଳେ, ଗୋପ ସଂଘର ସଭାନେତ୍ରୀ ମାନସୀ ପ୍ରଧାନ ଏବଂ ସଂପାଦିକା ଅହଲ୍ୟା ପାଣ୍ଡି, ପିପିଲି ସଂଘ ସଭାନେତ୍ରୀ ସସ୍ମିତା ଦାସ ଏବଂ ସଂପାଦିକା ଜୟନ୍ତି ମଲ୍ଲିକ୍‌, ବ୍ରହ୍ମଗିରି ସଂଘ ସଭାନେତ୍ରୀ ସ୍ୱର୍ଣ୍ଣଲତା ପ୍ରଧାନ ଏବଂ ସଂପାଦିକା ରୋଜାଲିନ୍ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Post Views: 35
Share202Tweet126Send
Voice of Victims

Voice of Victims

Recent Posts

  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି
  • ଆଜିଠୁ ସବୁ ସ୍କୁଲ ସକାଳୁଆ, ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ବିଭାଗ
  • ୧୨ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରିଲେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ
  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In