ନୋଏଡା : ଗ୍ରେଟର ନୋଏଡାରେ ରହୁଥିବା ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ପୁଣିଥରେ ଚର୍ଚ୍ଚାରେ । ସୀମା ଏବେ ସେ ୬ ଛୁଆର ମାଆ ଅଟନ୍ତି । ସେ ତାଙ୍କର ଷଷ୍ଠ ଛୁଆର ନାମକରଣ କରିଛନ୍ତି । ପିଲାର ନାମକରଣ ସମାରୋହ ଆୟୋଜିତ କରି ସୀମା ଛୁଆର ନାଁ ରଖିଛନ୍ତି ଭାରତ । ସୀମା ହାଇଦର ସଚିନଙ୍କ ପ୍ରେମରେ ପଡ଼ି ଭାରତକୁ ଚାଲି ଆସିଥିଲେ । ନିଜ ଛୁଆର ନାଁ ଭାରତ ରଖିଥିବାବେଳେ ଗଣମାଧ୍ୟମକୁ କହିଛନ୍ତି କି, ହିନ୍ଦୁ ଧର୍ମ ଶ୍ରେଷ୍ଠ । ମୁଁ ଧର୍ମ ବଦଳାଇବା ପରେ ବେଶ ଖୁସିରେ ରହିଛି ।
ପୁଅର ନାମକରଣ କାହିଁକି ଭାରତ ରଖିଲେ ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି କି, ପଣ୍ଡିତ ଛୁଆର ନାମ ‘ଭ’ରୁ ରଖିବା ପାଇଁ କହିଥିଲେ । ଯାହା ପରେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ପରେ ଭାରତ ରଖିଛୁ । ଦେଶ ନାମ ପୁଅର ରହିଥିବାବେଳେ ମୁଁ ଏହାକୁ ନେଇ ବହୁତ ଗର୍ବ କରେ । ଏହାସହ ଭାରତର କ୍ରିକେଟ ମ୍ୟାଚ ଦେଖିବା ପାଇଁ ମୋତେ ଭଲ ଲାଗେ । ସବୁବେଳେ ଭାରତ ବିଜୟ ହେଉ ବୋଲି ମଧ୍ୟ ମୁଁ ଠାକୁରଙ୍କୁ ପ୍ରାର୍ଥନା କରେ ।
ସୀମା ଆହୁରି ମଧ୍ୟ କହିଛନ୍ତି, ମୁଁ ଭାରତରେ ରହିବା ପାଇଁ ଚାହେଁ । ମୁଁ ପାକିସ୍ତାନ ଯିବାକୁ ଚାହେଁନି । ମୋତେ ଏଠାକାର ଲୋକେ ବହୁତ ଭଲ ଲାଗନ୍ତି । ଏଠି ଯେଉଁ ଭଲ ପାଇବା ମିଳିଛି ପାକିସ୍ତାନରେ ମିଳିନାହିଁ । ଏହାସହ ସେ କହିଛନ୍ତି କି, ମୁଁ ମୋର ଛୁଆଙ୍କ ଭବିଷ୍ୟତକୁ ନେଇ ବହୁତ ଚିନ୍ତିତ । ସେମାନଙ୍କୁ କିଭଳି ଶିକ୍ଷିତ କରିବି ଏହା ମୋର ପ୍ରଥମ ଲକ୍ଷ୍ୟ ।
୨୦୧୪ରେ ସୀମା ଗୁଲାମ ହାଇଦରଙ୍କୁ ବିବାହ କରିଥିଲେ । ୨୦୧୯ରେ ଗୁଲାମ ସୀମା ଏବଂ ୪ ପିଲାଙ୍କୁ ଛାଡି ଦୁବାଇ ଯିବା ପରେ ସୀମା ଗେମ୍ ଖେଳି ନୋଏଡା ସଚିନ ମିଣାଙ୍କ ସହିତ ସଂପର୍କରେ ଆସିଥିଲେ । ୨୦୧୩ରେ ନେପାଳରେ ଦୁହିଁଙ୍କର ଦେଖା ହୋଇଥିଲା । ୨୦୨୫ରେ ସୀମା ହାଇଦର ପ୍ରଥମ ଥର ପାଇଁ ସଚିନଙ୍କ ପିଲାର ମା’ ହୋଇଥିଲେ । ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ସୀମା ହାଇଦରଙ୍କ ଲକ୍ଷ ଲକ୍ଷ ସବସ୍କ୍ରାଇବର୍ ଏବଂ ଫଲୋଅର୍ସ ଅଛନ୍ତି ।
