କେରଳ : କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାରକେଡ୍ ଉପରକୁ ଆକ୍ରମଣ । ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଡ୍ରାଇଭର୍ ଏବଂ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଶଶି ଥରୁର କେରଳ ମଲ୍ଲପୁରମ୍ ଜିଲ୍ଲାର ୱାଣ୍ଡୁରରେ ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ବେଳେ ସନ୍ଧ୍ୟା ୭.୩୦ ମିନିଟରେ ଥିରୁବଲ୍ଲୀ ଚେଲ୍ଲିଥୋଡୁ ପୋଲ ନିକଟରେ କିଛି ଲୋକ ତାଙ୍କୁ ଅଟକାଇଥିଲେ । ତାଙ୍କ କାରକେଡକୁ ଅଟକାଇ ମାରପିଟ୍ କରିଥିଲେ । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ୩ ଜଣଙ୍କୁ ଅଟକ ରଖିବା ସହିତ ଦୁଇଟି ଗାଡି ଜବତ କରିଛି ।
ଶଶି ଥରୁର ଏହି ଘଟଣା ବେଳର ଭିଡିଓ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ଗତକାଲି ରାତିରେ ମୋ ସୁରକ୍ଷାକର୍ମୀଙ୍କ ଉପରକୁ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ମୁଁ ଚିନ୍ତିତ । ସେ ଏବେ ଠିକ୍ ଅଛନ୍ତି । ମୋର ସମସ୍ତ ଶୁଭଚିନ୍ତକଙ୍କୁ ଧନ୍ୟବାଦ । ଏହି ବାଧା ସାମ୍ନାରେ ମଧ୍ୟ ସମସ୍ତ କାର୍ଯ୍ୟକ୍ରମକୁ ସଫଳ ଭାବେ ପୂରଣ କରିଛି। ଆଗକୁ ବି ଏହି ଧାରା ଜାରି ରହିବ ।
ପୋଲିସ ଏହି ମାମଲାରେ ଗନମ୍ୟାନଙ୍କ ଅଭିଯୋଗକୁ ଦାୟର କରିଛି । ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ।
କେରଳ ମଲ୍ଲପୁରମ୍ ଜିଲ୍ଲାର ୱାଣ୍ଡୁରରେ ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ବେଳେ ସନ୍ଧ୍ୟା ୭.୩୦ ମିନିଟରେ ଥିରୁବଲ୍ଲୀ ଚେଲ୍ଲିଥୋଡୁ ପୋଲ ନିକଟରେ କିଛି ଲୋକ ତାଙ୍କୁ ଅଟକାଇଥିଲେ । ତାଙ୍କ କାରକେଡକୁ ଅଟକାଇ ମାରପିଟ୍ କରିଥିଲେ ।
