ବାଲେଶ୍ୱର (ଭିଓଭି) : – ରେମୁଣା ଏନ୍ ଏ ସି ର ୪ ନଂ ୱାର୍ଡ ଅନ୍ତର୍ଗତ ଗୈ।ଡଦାଣ୍ଡ ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ରୁ ଗତକାଲି ରାତିରୁ ଏକ ଗ୍ୟାସ ଟାଙ୍କି ଚୋରି ହୋଇଥିବାର ଖବର ଆସିଛି । ଆଜି ସରକାରୀ ଛୁଟି ଥିବାରୁ କେନ୍ଦ୍ର ବନ୍ଦ ଥିଲା । ସକାଳ ପ୍ରାୟ ୧୦ ଟା ସମୟ ରେ ସ୍ଥାନୀୟ ବାସିନ୍ଦା କେନ୍ଦ୍ର ର ଗେଟ୍ ଖୋଲା ଥିବାର ଦେଖି ୱ।ର୍ଡକାଉନସିଲର ଶିବଶଙ୍କର ରାୟ ଙ୍କୁ ଫୋନ୍ କରି ଜଣାଇଲେ ।
ସେ ଆସି ଗେଟ୍ ଏବଂ ରୋଷେଇ ଘରର ଚାବି ଭଙ୍ଗା ଯାଇ ସିଲିଣ୍ଡର ଚୋରି ହୋଇଛି ବୋଲି ଦେଖିଲେ । ସ୍ଥାନୀୟ କିଛି ଅସାମାଜିକ ଯୁବକ ମଦ ପିଇ ଏଭଳି କାଣ୍ଡ କରିଥାଇ ପାରନ୍ତି ଅନୁମାନ କରାଯାଉଛି । ରେମୁଣା ଥାନାରେ ଏକ ମାମଲା ରୁଜୁ କରାଯାଇଛି।
