• About Us
  • Contact Us
Sunday, April 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

by Voice of Victims
April 5, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଭାରତର ପ୍ରଥମ ଡିଜିଟାଲ୍ ଜନଗଣନା ପ୍ରକ୍ରିୟା ଓଡ଼ିଶାରେ ଆରମ୍ଭ ହୋଇଛି ।  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଇ ନିଜ ପରିବାରର ତଥ୍ୟ ଡିଜିଟାଲ୍ ପୋର୍ଟାଲରେ ଦାଖଲ କରିଛନ୍ତି। ଏଥର ଜନଗଣନାରେ ଲୋକମାନଙ୍କୁ ଏକ ସୁବିଧା ଦିଆଯାଇଛି, ଯେଉଁଥିରେ ସେମାନେ ଜନଗଣନା କର୍ମଚାରୀଙ୍କ ଅପେକ୍ଷା ନକରି ନିଜେ ଅନଲାଇନ୍ ମାଧ୍ୟମରେ ନିଜ ପରିବାରର ବିବରଣୀ ଦେଇପାରିବେ।

ଏହାକୁ ହିଁ ‘ସେଲ୍ଫ୍ ଏନୁମେରେସନ୍’ କୁହାଯାଉଛି। ଏହି ପ୍ରକ୍ରିୟାରେ ସାମିଲ ହେବା ପରେ ନବୀନ ପଟ୍ଟନାୟକ ସମସ୍ତ ଓଡ଼ିଶାବାସୀଙ୍କୁ ଏଥିରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ସଠିକ୍ ଜନଗଣନା ଦ୍ୱାରା ହିଁ ଭଲ ଯୋଜନା ପ୍ରସ୍ତୁତ କରିପାରିବେ ବୋଲି ସେ କହିଛନ୍ତି। ଜନଗଣନା ପାଇଁ ସ୍ୱତନ୍ତ୍ର ପୋର୍ଟାଲ୍ ଏପ୍ରିଲ ୧୫ ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଗ୍ରାହକମାନେ ନିଜ ମୋବାଇଲ୍ ନମ୍ବର ଏବଂ ଆଧାର ସାହାଯ୍ୟରେ ଲଗ୍-ଇନ୍ କରି ତଥ୍ୟ ଦେଇପାରିବେ।

ଏପ୍ରିଲ ୧୬ ତାରିଖରୁ ଗଣନାକାରୀମାନେ ଘରକୁ ଘର ବୁଲି ସୂଚନା ସଂଗ୍ରହ କରିବେ ଏବଂ ଯେଉଁମାନେ ଅନଲାଇନ୍ କରିଛନ୍ତି ସେମାନଙ୍କ ତଥ୍ୟ ଯାଞ୍ଚ କରିବେ। ପ୍ରଥମ ପର୍ଯ୍ୟାୟରେ ମୋଟ ୩୩ଟି ପ୍ରଶ୍ନ ପଚରାଯାଉଛି। ଯେଉଁଥିରେ ଘରର ଅବସ୍ଥା, ପିଇବା ପାଣି, ବିଦ୍ୟୁତ୍, ଶୌଚାଳୟ, ରନ୍ଧନ ଗ୍ୟାସ୍ ଏବଂ ବ୍ୟକ୍ତିଗତ ସମ୍ପତ୍ତି ବିଷୟରେ ସୂଚନା ଦେବାକୁ ପଡ଼ିବ।

Post Views: 11
Share197Tweet123Send
Voice of Victims

Voice of Victims

Recent Posts

  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା
  • ଭାରତକୁ ପାକିସ୍ତାନର ଧମକ, ଦୁଃସାହସ କଲେ ଆମେ କୋଲକାତା ପର୍ଯ୍ୟନ୍ତ ଆକ୍ରମଣ କରିବୁ
  • ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀ ପ୍ରଭାବ, ୮ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା
  • ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଏଣିକି e-KYC ବିନା ମିଳିବନି ସିଲିଣ୍ଡର, ଓଡ଼ିଶାରେ ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In