• About Us
  • Contact Us
Monday, April 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ

by Voice of Victims
April 6, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ

କ୍ୟାଟ ବାର ଆସୋସିଏସନର ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ଗମ୍ଭୀର ଓ ଉତ୍ସାହମୟ ପରିବେଶରେ ଆୟୋଜିତ ହୋଇଯାଇଛି। ବିଦାୟୀ ସଭାପତି ଡ଼କ୍ଟର ଚିତ୍ତ ରଞ୍ଜନ ମିଶ୍ରଙ୍କ ପୌରାହିତ୍ୟରେ ଆୟୋଜିତ ଏହି ଉତ୍ସବରେ ନିର୍ବାଚନ ଅଧିକାରୀ ନିର୍ମଳ ରଞ୍ଜନ ରାଉତରାୟ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ନିର୍ବାଚିତ ସଭ୍ୟମାନଙ୍କ ନାମ ତାଲିକା ଘୋଷଣା କରିଥିଲେ। ଏହି ଅବସରରେ ହାଇକୋର୍ଟ ବାର ଆସୋସିଏସନ ସଭାପତି ବରିଷ୍ଠ ଆଇନଜୀବୀ ଲଲାଟେନ୍ଦୁ ସାମନ୍ତରାୟ ଓ ବରିଷ୍ଠ ଆଇନଜୀବୀ ଉମା ବଲ୍ଲଭ ମହାପାତ୍ର ଅତିଥି ଭାବରେ ଯୋଗଦେଇଥିଲେ।

ନୂତନ ସଭାପତି ଦେବେନ୍ଦ୍ର କୁମାର ବେହେରା, ସମ୍ପାଦକ ରମାକାନ୍ତ ସାହୁ, ଉପସଭାପତି ପ୍ରଭାସ ରଞ୍ଜନ ଜୀବନ ଦାଶଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଔପଚାରିକ ଭାବରେ ନିଜ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଉତ୍ସବରେ ସମସ୍ତ ପୂର୍ବତନ ପଦାଧିକାରୀ ଓ ବହୁ ସଂଖ୍ୟକ ଆଇନଜୀବୀ ସଦସ୍ୟ ଉପସ୍ଥିତ ଥିଲେ। ନବନିର୍ବାଚିତ ସଭାପତି ତାଙ୍କ ଅଭିଭାଷଣରେ ସମସ୍ତଙ୍କ ଆସ୍ଥା ପାଇଁ କୃତଜ୍ଞତା ଜଣାଇବା ସହ ଆସୋସିଏସନର ଉନ୍ନତି ଓ ଆଇନଜୀବୀମାନଙ୍କ ସ୍ୱାର୍ଥରକ୍ଷା ପାଇଁ କାର୍ଯ୍ୟ କରିବେ ବୋଲି କହିଥିଲେ।

ସମ୍ପାଦକ ମଧ୍ୟ ନିଜ ଅଭିଭାଷଣରେ ସଂଗଠନକୁ ଆଧୁନିକ ଓ ସକ୍ରିୟ କରିବା ପାଇଁ ନୂତନ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପୂର୍ବତନ ସମ୍ପାଦକ କୈଳାସ ଚନ୍ଦ୍ର ଶତପଥୀ ସଂଚାଳନ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ପୂର୍ବତନ ଉପସଭାପତି ସୁଶାନ୍ତ କୁମାର ନାୟକ ଧନ୍ୟବାଦ ପ୍ରଦାନ କରିବା ସହିତ ସମସ୍ତଙ୍କ ସହଯୋଗ ଓ ଏକତାରେ ଆଗକୁ ବଢିବାକୁ ଆହ୍ୱାନ ଦେଇଥିଲେ।

Post Views: 145
Share217Tweet136Send
Voice of Victims

Voice of Victims

Recent Posts

  • ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
  • ବଜ୍ରପାତର କହର: ଛେଳି ଚରାଉଥିବା ବେଳେ ବୃଦ୍ଧଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବି
  • ତେହେରାନ ଉପରେ ଏୟାରଷ୍ଟ୍ରାଇକ, ୧୩ ମୃତ
  • ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In