ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ “ବଡ଼ ଖେଳ” ଆରମ୍ଭ ହେବାକୁ ଯାଉଛି। ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି। ପୂର୍ବ ବର୍ଦ୍ଧମାନରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ମମତା ସରକାରଙ୍କ ଉପରେ ବର୍ଷିଛନ୍ତି ଓ ଏପରି କହିଛନ୍ତି। ସାରାଦେଶରେ ନିର୍ବାଚନୀ ମାହୋଲ ରହିଛି। ୩ ରାଜ୍ୟରେ ବିଧାନସଭା ନିର୍ବାଚନ ପରେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ନିର୍ବାଚନ ଏବେ ପାଖେଇ ଆସୁଛି। ରାଜନୈତିକ ଦଳଗୁଡ଼ିକ ପୂର୍ଣ୍ଣ ଶକ୍ତିର ସହିତ ପ୍ରଚାର କରୁଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ମୁକାବିଲା ହେବାକୁ ଯାଉଛି। ବିଜେପି ଟିଏମସିର ସରକାର ଦ୍ୱାରା ସୃଷ୍ଟି ହୋଇଥିବା ଭୟର ବାତାବରଣକୁ ଆତ୍ମବିଶ୍ୱାସର ବାତାବରଣରେ ପରିଣତ କରିବାକୁ ଗ୍ୟାରେଣ୍ଟି ଦେଉଛି। ଏଥିପାଇଁ ବ୍ୟାପକ ଯୋଜନା ବିଜେପିର ଘୋଷଣାପତ୍ରରେ ଉଲ୍ଲେଖ କରାଯାଇଛି। ବିଜେପି ଦୁର୍ନୀତି ଏବଂ ଆଇନ ଶୃଙ୍ଖଳା ସ୍ଥିତି ଉପରେ ଏକ ଶ୍ୱେତପତ୍ର ପ୍ରକାଶ କରିବାକୁ ଚାହୁଁଛି, ଯାହା ନିଶ୍ଚିତ କରିବ ଯେ ପ୍ରତ୍ୟେକ ସିଣ୍ଡିକେଟ୍, ପ୍ରତ୍ୟେକ ଦୁର୍ନୀତିଗ୍ରସ୍ତ ବିଧାୟକ ଏବଂ ପ୍ରତ୍ୟେକ ମନ୍ତ୍ରୀ ଆଇନଗତ ଭାବରେ ଦାୟୀ।
