• About Us
  • Contact Us
Saturday, April 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କଂଗ୍ରେସକୁ ବାହୁଡ଼ିଲେ ପୂର୍ବତନ ବରଗଡ଼ ବିଧାୟକ ସାଧୁ ନେପାକ

by Voice of Victims
April 11, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
କଂଗ୍ରେସକୁ ବାହୁଡ଼ିଲେ ପୂର୍ବତନ ବରଗଡ଼ ବିଧାୟକ ସାଧୁ ନେପାକ

ପୂର୍ବତନ ବରଗଡ଼ କଂଗ୍ରେସ ବିଧାୟକ ସାଧୁ ନେପାକ ଆଜି ତାଙ୍କ ଶତାଧିକ ସମର୍ଥକଙ୍କ ସହିତ କଂଗ୍ରେସ ଭବନଠାରେ ପିସିସି ସଭାପତି ଭକ୍ତ ଚରଣ ଦାସ, ଓଡିଶା ସହ-ପ୍ରଭାରୀ ଜେଟ୍ଟୀ କୁସୁମ କୁମାର ତଥା ଅନ୍ୟ ତୁଙ୍ଗ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ବିଜେଡି ପରିତ୍ୟାଗ କରି କଂଗ୍ରେସ ଦଳରେ ପୁନର୍ବାର ଯୋଗଦାନ ଦେଇଛନ୍ତି । ମିଶ୍ରଣ ସଭାକୁ ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ପରିଚାଳନା କରି ସମବେତ ବରିଷ୍ଠ ନେତୃବୃନ୍ଦ, ଗଣମାଧ୍ୟମ, ବରଗଡ଼ରୁ ଆସିଥିବା ସମର୍ଥକ ଏବଂ ଉପସ୍ଥିତ କଂଗ୍ରେସ କର୍ମକର୍ତ୍ତାଙ୍କୁ ନେପାକଙ୍କ ବିଷୟରେ ସୂଚନା ପ୍ରଦାନ କରିବା ସହ କଂଗ୍ରେସ ପ୍ରତି ବରଗଡ଼ ଭୂମିର ଅବଦାନ ବିଷୟରେ ମଧ୍ୟ ପ୍ରକାଶ କରିଥିଲେ ।

ମିଶ୍ରଣ ସଭାରେ ନିଜ ବ୍ୟକ୍ତବ୍ୟ ରଖି ପିସିସି ସଭାପତି ଭକ୍ତ ଚରଣ ଦାସ କହିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ସମୟରେ ସାଧୁ ବାବୁ ଏବଂ ମୁଁ ମିଶିକି ଅନେକ ଗୁଡିଏ ସାଙ୍ଗଠନିକ କାର୍ଯ୍ୟ କରିଛୁ । ସାଧୁ ବାବୁ ଅବହେଳିତ ଜନତା ଏବଂ ବିଶେଷକରି କୃଷକ ମାନଙ୍କ ଅଧିକାର ଆନ୍ଦୋଳନର ଜଣେ ଆଗଧାଡିର ପୁରୋଧା । ବରଗଡ଼ରେ କଂଗ୍ରେସ ପାଇଁ ତାଙ୍କ ଗୁରୁତ୍ୱପୂର୍ଣ ଅବଦାନ ଅଛି । ସାଧୁ ବାବୁଙ୍କ କଂଗ୍ରେସକୁ ଘରବାହୁଡା ସୂଚାଉଛି ଭବିଷ୍ୟତରେ କଂଗ୍ରେସ ଆସୁଛି । ସେ ଯୋଗଦେବା ଫଳରେ ପଶ୍ଚିମାଞ୍ଚଳରେ କଂଗ୍ରେସ ଶକ୍ତିଶାଳୀ ହେବା ସହ କଂଗ୍ରେସ ଦଳପ୍ରତି ସମର୍ଥନ ନିଶ୍ଚୟ ବୃଦ୍ଧି ପାଇବ ବୋଲି ଆଶା କରୁଛି ବୋଲି ଦାସ ପ୍ରକାଶ କରିଥିଲେ ।

Post Views: 16
Share198Tweet124Send
Voice of Victims

Voice of Victims

Recent Posts

  • ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପିର ବ୍ଲୁ-ପ୍ରିଣ୍ଟ, ଅମିତ ଶାହାଙ୍କ ସହ ଓଡ଼ିଶା ନେତାଙ୍କ ରୁଦ୍ଧଦ୍ୱାର ବୈଠକ
  • ଭୁବନେଶ୍ୱରରେ ପହଞ୍ଚିଲା ୫ କେଜିଆ ଗ୍ୟାସ ସିଲିଣ୍ଡର: ବିନା ପ୍ରମାଣପତ୍ରରେ ମିଳିବ
  • ସପ୍ତାହେ ଭିତରେ ସବୁ କଲେଜରେ ICC ଗଠନ ପାଇଁ ନିର୍ଦ୍ଦେଶ
  • କଂଗ୍ରେସକୁ ବାହୁଡ଼ିଲେ ପୂର୍ବତନ ବରଗଡ଼ ବିଧାୟକ ସାଧୁ ନେପାକ
  • ଆତଙ୍କବାଦୀ ଲିଙ୍କ୍ ସନ୍ଦେହରେ ଭୁବନେଶ୍ୱରର ଯୁବକଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In