ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଛି ୫ କେଜିକିଆ ଗ୍ୟାସ ସିଲିଣ୍ଡର । ଭିଭିନ୍ନ ଇଣ୍ଡିଆନ ଅୟଲ ଟାଙ୍କି ରେ ଇଣ୍ଡିଆନ ଗ୍ୟାସ ପକ୍ଷରୁ ଏହି ୫ କେଜିକିଆ ସିଲିଣ୍ଡର ଉପଲବ୍ଧ କରାଯାଇଛି । ଏଣିକି ଛାତ୍ରଛାତ୍ରୀ ବା ଯେଉଁମାନେ ଶ୍ରମିକ ଅଛନ୍ତି ,ଯେଉଁମାନେ ମେସ ରେ ଏହି ୫ କେଜିକିଆ ସିଲିଣ୍ଡର ଉପରେ ନିର୍ଭରଶୀଳ ତାଙ୍କୁ ଆଉ ଅସୁଭିଧା ହେବ ନାହିଁ ।
ବିନା ପ୍ରମାଣ ପତ୍ର ଏହା ମିଳିବ, ପ୍ରି ବୁକିଂ ର ଆଵଶ୍ୟକତା ନାହିଁ । ଏହା ଛଡ଼ା ଏହି ସିଲେଣ୍ଡର ପାଇଁ ଆଉ ଏକ ନିୟମ ରହିଛି, ସିଲିଣ୍ଡର ସିକ୍ୟୁରୀଟି ବାବଦରେ 800 ଟଙ୍କା ପ୍ଲସ ଜିଏସ ଟି ରହିଛି । ଏହା ବ୍ୟତୀତ କେତେ ରିଫିଲ ଟଙ୍କା ପଡିବ ସେ ନେଇ ପରେ ଜଣା ପଡିବ । ତେବେ ଏହା ର ପ୍ରକୃତ ଦାମ କେତେ , ଏ ସବୁ ପରେ ଜଣା ପଡ଼ିବ ।
ହେଲେ ଯେଉଁ ଗ୍ୟାସ ଲୋକେ ପାଇପାରୁନଥିଲେ ବର୍ତ୍ତମାନ ତାହା ପ୍ରଦାନ ହେବା ଆରମ୍ଭ ହୋଇଛି । ଏହାର ଡିମାଣ୍ଡ କୁ ନେଇ କେତେ ସିଲେଣ୍ଡର ମିଳିବ ତାହା ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି ।
