• About Us
  • Contact Us
Monday, August 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଅଦିନିଆ ରଥଯାତ୍ରା ରୋକିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା

by Voice of Victims
April 12, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଇସ୍କନ ନୀତି ଓ ପରମ୍ପରାକୁ ନମାନିଲେ ଆଇନର ଆଶ୍ରୟ ନେବୁ, ମହାପ୍ରଭୁଙ୍କ ସବୁ ନୀତି ନିଜେ ମହାପ୍ରଭୁ ନିର୍ଦ୍ଧାରଣ କରିଛନ୍ତି: ଗଜପତି ମହାରାଜ

ପୁରୀ: ବିଶ୍ବର ବିଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ରୋକିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆସନ୍ତା ଡିସେମ୍ବର ସୁଦ୍ଧା ଇସ୍କନ ପକ୍ଷରୁ ବିଶ୍ବର ବିଭିନ୍ନ ସ୍ଥାନରେ ୮୦ଟି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ ଗଜପତି ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ବିହିତ ପଦକ୍ଷେପ ପାଇଁ ଅବଗତ କରାଇଛନ୍ତି।


ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶନିବାର ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ‘ଐକ୍ୟ ସ୍ଥାପନା ମଣ୍ଡଳୀ’ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଗୋଟିଏ ତିଥିରେ ରଥଯାତ୍ରା ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଓ ଅନ୍ୟ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ। ସୂଚନା ମୁତାବକ, ଇସ୍କନ ସଂସ୍ଥା ଶ୍ରୀକ୍ଷେତ୍ର ବା ମୂଳ ପୀଠ ପରମ୍ପରାର ବ୍ୟତିକ୍ରମ କରୁଛି। ଆସନ୍ତା ଡିସେମ୍ବର ସୁଦ୍ଧା ଇସ୍କନ ପକ୍ଷରୁ ବିଶ୍ବର ବିଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସହ ବହୁ ଆଚାର୍ଯ୍ୟ ଶାସ୍ତ୍ରୀୟ ମତ ଆଧାରରେ ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ରଥଯାତ୍ରା କରିବା ପାଇଁ ପରାମର୍ଶ ଦେଇଛନ୍ତି। ଗଜପତି ମହାରାଜା କହିଛନ୍ତି, ଇସ୍କନର ଅଦିନିଆ ରଥଯାତ୍ରା ରୋକିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗୁରୁଦାୟିତ୍ୱ ରହିଛି। ଏନେଇ ସେ ବ୍ୟକ୍ତିଗତ ଭାବେ ଦୁଇ ଦିନ ପୂର୍ବେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଇସ୍କନର ଅଦିନିଆ ରଥଯାତ୍ରା ପ୍ରତିବାଦରେ ରାଜ୍ୟ ବ୍ୟାପୀ ସଚେତନତା ସୃଷ୍ଟି କରାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଂସ୍କୃତି ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଆଲୋଚନା କରାଯିବ। ଇସ୍କନ ମାୟାପୁର କର୍ତ୍ତୃପକ୍ଷଙ୍କୁ ପୁନର୍ବାର ଚିଠି ଲେଖାଯିବ। ସବୁ ପ୍ରକାର ପଦକ୍ଷେପ ନେବା ସତ୍ତ୍ୱେ ଇସ୍କନ କର୍ତ୍ତୃପକ୍ଷ ଅଦିନିଆ ରଥଯାତ୍ରା କଲେ ଆଇନର ଆଶ୍ରୟ ନିଆଯିବ ବୋଲି ଗଜପତି ମହାରାଜା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଇସ୍କନ ଭାରତ ଭିତରେ ଅଦିନିଆ ସ୍ନାନ ପୂର୍ଣ୍ଣମୀ ଏବଂ ରଥଯାତ୍ରା ନ କରିବା ପାଇଁ ଲିଖିତ ଭାବେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଛି। ୨୦୨୫ ପରଠାରୁ ଇସ୍କନ ଭାରତ ଭିତରେ ଅଦିନିଆ ସ୍ନାନ ପୂର୍ଣ୍ଣମୀ ଏବଂ ରଥଯାତ୍ରା କରିବା ଦୃଷ୍ଟି ଗୋଚର ହୋଇନାହିଁ; କିନ୍ତୁ ଇଣ୍ଟରନେଟ ତଥ୍ୟ ଅନୁଯାୟୀ, ବିଶ୍ବର ବିଭିନ୍ନ ସ୍ଥାନରେ ୮୦ଟି ଅଦିନିଆ ରଥଯାତ୍ରା ଓ ୧୦ଟି ସ୍ଥାନରେ ଅଦିନିଆ ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି।

Post Views: 65
Share201Tweet126Send
Voice of Victims

Voice of Victims

Recent Posts

  • କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ; ୧୨୦ ମିଟର ତ୍ରିରଙ୍ଗା ସହ ଗୁଞ୍ଜିଲା ‘ଭାରତ ମାତା କୀ ଜୟ’ ଧ୍ୱନି
  • ୧୩ରେ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା
  • ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ, ଯେଉଁ ଚାଷୀ ଆସିପାରିବେନି ସେମାନଙ୍କ ପାଖକୁ ଯିବେ ସରକାର
  • CWG ଚାମ୍ପିଅନ୍ସଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ, ଦେଶକୁ ଦେଲେ ଏଭଳି ବାର୍ତ୍ତା
  • ଭାରତରୁ ରୁଷକୁ ଚାଲିବ ଟ୍ରେନ୍, ସିଧାସଳଖ ନୂଆଦିଲ୍ଲୀରୁ ମସ୍କୋକୁ କରିହେବ ଯାତ୍ରା !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In