• About Us
  • Contact Us
Monday, April 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଜ୍ୟରେ ସ୍ବଗଣନାରେ ସାମିଲ୍ ହୋଇଛନ୍ତି ୧ ଲକ୍ଷ ୭୬ ହଜାର ବ୍ୟକ୍ତି: ନିଖିଲ ପୱନ କଲ୍ୟାଣ

by Voice of Victims
April 13, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ରାଜ୍ୟରେ ସ୍ବଗଣନାରେ ସାମିଲ୍ ହୋଇଛନ୍ତି ୧ ଲକ୍ଷ ୭୬ ହଜାର ବ୍ୟକ୍ତି: ନିଖିଲ ପୱନ କଲ୍ୟାଣ

ରାଜ୍ୟରେ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏପ୍ରିଲ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଲୋକମାନେ ନିଜ ନିଜର ତଥ୍ୟ ଜନଗଣନା ୱେବ୍‌ସାଇଟ ମାଧ୍ୟମରେ ଦେଇପାରିବେ । ଏପ୍ରିଲ ୧୬ ତାରିଖଠାରୁ ମେ ୧୫ ତାରିଖ ଯାଏ ଜନଗଣନାକାରୀ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ବୋଲି ସରକାର ସୂଚନା ଦେଇଛନ୍ତି। ଏହାରି ମଧ୍ୟରେ ରାଜ୍ୟରେ ସ୍ବଗଣନାରେ ସାମିଲ୍ ହୋଇଛନ୍ତି ୧ ଲକ୍ଷ ୭୬ ହଜାର ବ୍ୟକ୍ତି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ । ସେ କହିଛନ୍ତି ଏପ୍ରିଲ ପହିଲାରୁ ଆଜି ପର୍ଯ୍ୟନ୍ତ ୧ ଲକ୍ଷ ୭୬ ହଜାର ସ୍ବଗଣନାରେ ସାମିଲ୍ ହୋଇଛନ୍ତି । କଟକରେ ସର୍ବାଧିକ ୨୭ ହଜାର, ଖୋର୍ଦ୍ଧାରେ ୧୭ ହଜାର କରିଛନ୍ତି ସ୍ବଗଣନା ।

ସେହିପରି ବାଲେଶ୍ବରରେ ୧୦ ହଜାର ସ୍ବଗଣନାରେ ସାମିଲ ହୋଇଥିବା ବେଳେ ବଲାଙ୍ଗିରରେ ୫ ହଜାର ଓ ନୂଆପଡ଼ାରେ ୨ ହଜାର ସାମିଲ ହୋଇଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ପ୍ରଥମ ଥର ହୋଇଥିବା ସ୍ବଗଣନାରେ ଭଲ ଉତ୍ସାହ ଦେଖିବାକୁ ମିଳିଛି । ଆଉ ୨ ଦିନରେ ସ୍ବଗଣନା ସଂଖ୍ୟା ୨ ଲକ୍ଷ ପାର୍ କରିବ ବୋଲି ଆଶା । ଏପ୍ରିଲ ୧୬ରୁ ପ୍ରଥମ ପର୍ଯ୍ୟାୟ ଗୃହଗଣନା ଆରମ୍ଭ ହେବ ।

ସୂଚନା ଯୋଗ୍ୟ;  ପ୍ରଥମେ ସ୍ବଗଣନା ବା ସେଲ୍ଫ ଏନୁମରେସନ ଆରମ୍ଭ ହୋଇଛି। se.census.gov.in ପୋର୍ଟାଲକୁ ଯାଇ ବା ଏହାର ମୋବାଇଲ ଆପ୍ ରେ ଏପ୍ରିଲ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ନିଜେ ନିଜର ତଥ୍ୟ ଦେଇପାରିବେ। ପ୍ରତି ନାଗରିକ ୩୩ଟି ପ୍ରଶ୍ନର ଉତ୍ତର ଦେବେ। ଆସନ୍ତା ୧୬ ତାରିଖରୁ ମେ ୧୫ ତାରିଖ ଯାଏ ଜିଲ୍ଲାରେ ଘରକୁ ଘର ବୁଲି ଜନଗଣନା କରାଯିବ। ଅଧିକାରୀମାନେ ବି ଲୋକଙ୍କୁ ସେହି ସମାନ ୩୩ଟି ପ୍ରଶ୍ନ ପଚାରିବେ ।

ଭବନ ନଂ, ଘର ନଂ, ଘର ଚଟାଣ ଓ କାନ୍ଥରେ ବ୍ୟବହୃତ ସାମଗ୍ରୀ, ଘର ଅବସ୍ଥା, ପରିବାର କ୍ରମାଙ୍କ, ପରିବାରର ମୁଖ୍ୟ ଓ ସଦସ୍ୟଙ୍କ ନାମ ଓ ଲିଙ୍ଗ, ଅନୁ ଅନୁସୁଚିତ ଜାତି ଓ ଜନଜାତିଙ୍କ ତଥ୍ୟ, ଘର ମାଲିକାନା ସ୍ଥିତି, ଘର କୋଠରୀ ସଂଖ୍ୟା, ପରିବାରରେ ବିବାହିତ ଦମ୍ପତ୍ତିଙ୍କ ସଂଖ୍ୟା, ପାନୀୟ ଜଳର ମୁଖ୍ୟ ଉତ୍ସ, ଆଲୋକର ମୁଖ୍ୟ ଉତ୍ସ, ଶୌଚାଳୟ, ଶୌଚାଳୟର ପ୍ରକାର, ଅପରିଷ୍କାର ଜଳ ନିଷ୍କାସନ, ଗାଧୁଆ । ଘର, ରୋଷେଇ ଘର, ଏଲ୍ ପିଜି ସଂଯୋଗ, ଖାଦ୍ୟ ରାନ୍ଧିବାକୁ ମୁଖ୍ୟ ଇନ୍ଧନ, ରେଡିଓ, ସ୍ଫୁଟର, ଟିଭି, ଇଣ୍ଟରନେଟ ସୁବିଧା, ଲାପଟପ, ମୋବାଇଲ ଫୋନ୍, ସାଇକେଲ, ସ୍କୁଟ ମୋଟର ସାଇକେଲ, କାର, ଜିପ ଜିପ, ଭ୍ୟାନ୍, ମୁଖ୍ୟ ଶସ୍ୟ ଓ ମୋବାଇଲ ନଂ ଭଳି ଏକାଧିକ ପ୍ରଶ୍ନର ଉତ୍ତର ଦେବାକୁ ହେବ।

ସେଲ୍‌ଫ ଏନୁ ମରେସନ ବା ପୋର୍ଟାଲରେ ସ୍ୱଗଣନା ବାଧ୍ୟତାମୂଳକ ନୁହେଁ। କିନ୍ତୁ ଯେଉଁମାନେ ଏହାକୁ କରି ନିଜ ତଥ୍ୟ ଦେଇଥିବେ ସେମାନଙ୍କୁ ଆଉ ଜନଗଣନାରେ ସାମିଲ ହେବାକୁ ପଡ଼ିବନି। କେବଳ ଜନଗଣନା କରୁଥିବା ଅଧିକାରୀଙ୍କୁ ନିଜର ରେଫରେନ୍ସ ରଫରେନ୍ସ ନମ୍ବର ଦେବାକୁ ହେବ। ଜନଗଣନା କରୁଥିବା ଅଧିକାରୀଙ୍କୁ ଠିକ୍ ଓ ନିର୍ଭୁଲ ତଥ୍ୟ ଦେବାକୁ ରାଜ୍ୟ ଜନଗଣନା ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି।

Post Views: 9
Share197Tweet123Send
Voice of Victims

Voice of Victims

Recent Posts

  • ଜୁଲାଇ ୩ ରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ ?
  • ବହୁ ପ୍ରତୀକ୍ଷିତ ବଡ଼ବିଲ ବାଇପାସ୍-କମ୍-ରିଙ୍ଗ୍ ରୋଡ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
  • ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?
  • ରାଜ୍ୟରେ ସ୍ବଗଣନାରେ ସାମିଲ୍ ହୋଇଛନ୍ତି ୧ ଲକ୍ଷ ୭୬ ହଜାର ବ୍ୟକ୍ତି: ନିଖିଲ ପୱନ କଲ୍ୟାଣ
  • ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିରେ ଯୋଗଦେଇଛନ୍ତି ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର ବୋଷ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In