• About Us
  • Contact Us
Wednesday, April 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆଜିଠୁ ବିହାରରେ ସମ୍ରାଟ ଶାସନ, ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

by Voice of Victims
April 15, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଆଜିଠୁ ବିହାରରେ ସମ୍ରାଟ ଶାସନ, ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ପାଟନା: ଆଜିଠୁ ବିହାରରେ ସମ୍ରାଟ ଶାସନ। ଆଜି ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସମ୍ରାଟ ଚୌଧୁରୀ। ରାଜ୍ୟପାଳ ସୟଦ ଅତା ହସ୍‌ନୈନ୍ ତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଛନ୍ତି। ସମ୍ରାଟଙ୍କ ସହ ଜେଡୁୟୁର ଦୁଇ ନେତା ବିଜୟ ଚୌଧୁରୀ ଏବଂ ବିଜେନ୍ଦ୍ର ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।  ସମ୍ରାଟ ଚୌଧୁରୀଙ୍କ ସମେତ କେବଳ ୩ ଜଣ ଆଜି ଶପଥ ଗ୍ରହଣ କରିଛନ୍ତି । ବାକି ମନ୍ତ୍ରୀମାନେ ପରେ ଶପଥ ଗ୍ରହଣ କରିବେ। ପାଟନା ଲୋକଭବନରେ ଅନୁଷ୍ଠିତ ହୋଇଥିବା ଶପଥଗ୍ରହଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଶିବରାଜ ସିଂହ ଚୌହାନ, ବିହାର ବିଜେପିର ବରିଷ୍ଠ ନେତା ଏବଂ ଏନଡିଏର ସମସ୍ତ ବରିଷ୍ଠ ନେତା ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଛନ୍ତି।

ସମ୍ରାଟ ଚୌଧୁରୀ ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ । ସମ୍ରାଟ ଏକଦା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଅତ୍ୟନ୍ତ ଅନୁଗତ ଥିଲେ। ୨୦୧୭ରେ ସେ ଆରଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ୨୦୧୭ରେ ବିଜେପିରେ ଯୋଗ ଦେବାର ମାତ୍ର ୯ବର୍ଷ ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ୨୦୧୮ରେ ସେ ବିଜେପି ରାଜ୍ୟ ଉପସଭାପତି, ୨୦୨୩ରେ ରାଜ୍ୟ ସଭାପତି ହୋଇଥିଲେ। ଜେଡିୟୁ ସଭାପତି ନୀତୀଶ କୁମାର ଗତକାଲି ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ନୀତୀଶଙ୍କ ଇସ୍ତଫା ପରେ ଅନୁଷ୍ଠିତ ଏନ୍‌ଡିଏ ବିଧାୟକ ଦଳ ବୈଠକରେ ବିଜେପି ନେତା ସମ୍ରାଟ ଚୌଧୁରୀଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ମନୋନୟନ କରାଯାଇଥିଲା।

Post Views: 67
Share200Tweet125Send
Voice of Victims

Voice of Victims

Recent Posts

  • ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମ୍ରାଟ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
  • ପୁନଃସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନବୀନଙ୍କ ଚିଠି
  • ବଢିବ ଲୋକସଭା ଆସନ ସଂଖ୍ୟା, ୫୪୩ ରୁ ଆସନ ସଂଖ୍ୟା ବୃଦ୍ଧି ହେବ ୮୫୦
  • ଦିନରେ ଗରମ, ସନ୍ଧ୍ୟାରେ ବର୍ଷା, ଆସନ୍ତା ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଏଭଳି ପାଗ
  • ସିପିଆଇ(ଏମ) ତରଫରୁ ବାବା ସାହେବ୍ ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଜୟନ୍ତି ପାଳିତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In