ନରସିଂହ ପୁର, ୧୪ ଅପ୍ରେଲ:– ବାବା ସାହେବ୍ ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ପରିପ୍ରେକ୍ଷୀ ରେ ସିପିଆଇ (ଏମ) ତରଫରୁ ଏକ ଆଲୋଚନା ସଭା ନରସିଂହ ପୁର ଠେଙ୍ଗା ବୀର ପୀଠ ରେ ସାଥୀ ଶୁଶିଲ ମହାନ୍ତି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ପୁରୁଷ, ମହିଳା, ଛାତ୍ର ଓ ଯୁବକ ଏହି ଆଲୋଚନା ସଭା ରେ ଯୋଗ ଦେଇଥିଲା ବେଳେ ବକ୍ତା ମାନେ ଡାକ୍ତର ଭୀମ ରାଓ ଆମ୍ବେଦକରଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ।୧୮୯୧ ଅପ୍ରେଲ ୧୪ ତାରିଖ ରେ ମଧ୍ୟ ପ୍ରଦେଶ ର ଇନ୍ଦୋର ଜିଲ୍ଲାରେ ଏକ ଗରୀବ ଦଳିତ ମରାଠୀ ପରିବାର ରେ ଜନ୍ମ ଗ୍ରହଣ କରିଥିବା ବାବା ସାହେବ୍ ଆମ୍ବେଦକର ଥିଲେ ଏକତାର ପ୍ରତୀକ।ସେ ସାମାଜିକ ବୈଷମ୍ୟ ଓ ଜାତି ପ୍ରଥାର ଶୋଷଣ ନିକଟରେ ସାଲିସ ନ କରି ବହୁ ପ୍ରତିରୋଧ ସତ୍ବେ ଦେଶର ଜଣେ ଅଗ୍ରଣୀ ବୁଦ୍ଧି ଜୀବି ର ସ୍ଥାନ ଅଳଙ୍କୃତ କରିଥିଲେ। ଆମ ଦେଶର ବୃହତ୍ ସମ୍ବିଧାନ ର ପ୍ରଣେତା ଓ ଦେଶର ପ୍ରଥମ ଆଇନ ମନ୍ତ୍ରୀ ଥିଲେ ।
ସେ ଭାରତ ରତ୍ନ ପୁରସ୍କାର ପାଇଥିଲା ବେଳେ ଦେଶର ଏକତା, ଅଖଣ୍ଡତା କୁ ବଜାୟ ରଖିବା ଓ ଛୁଆଁ ଅଛୁଆଁ ଭେଦଭାବ କୁ ସମାଜ ରୁ ହଟେଇବା ପାଇଁ ଶତ ଚେଷ୍ଟିତ ଥିଲେ।ଭାଇଚାରା ସମ୍ପର୍କ କୁ ଉଜ୍ଜୀବିତ କରିବା ସହ ମଣିଷ ଉପରେ ମଣିଷର ଶୋଷଣ କୁ ପ୍ରତିରୋଧ ପାଇଁ ନୀତିନିୟମ ପ୍ରଣୟନ କ୍ଷେତ୍ରରେ ଗୁରୁତ୍ବ ଦେଉଥିଲେ। ଯାହାଙ୍କ ଅହରହ ଲଢେ଼ଇ ପାଇଁ ଆଜି ସାଧାରଣ ମଣିଷ ଆଜି ସ୍ଵାଧୀନ ଭାବେ ବଞ୍ଚିବାର ଅଧିକାର ଓ ନ୍ୟାୟ ପାଇବାର ଅଧିକାର ପାଇଛି ବୋଲି ବକ୍ତା ମାନେ କହିଥିଲେ। ଆଜିର ଧର୍ମାନ୍ଧ ଶାସକ ନିଜର ବିଭେଦ ଚରିତ୍ର କୁ ଜାରି ରଖିବା ପାଇଁ ଦେଶର ଏକତୀ କୁ ଭାଗ ଭାଗ କରିବା ପାଇଁ ବାବା ସାହେବ୍ ଆମ୍ବେଦକର ଙ୍କ ଅବଦାନ କୁ ଅସ୍ବୀକାର କରି ଏ ମହାପୁରୁଷଙ୍କ ନାମରେ ଅପପ୍ରଚାର କରିବାରେ ଲାଗିପଡିଛନ୍ତି। ଆଜି ସାଧାରଣ ଜନଗଣ ଙ୍କ ଅଧିକାର କୁ କ୍ଷୁର୍ଣ୍ଣ କରିବା ଯୋଗୁଁ ଦଳିତ, ଆଦିବାସୀ, ମହିଳା, ଛାତ୍ର ଯୁବକ, ଶ୍ରମିକ, କୃଷକ ଓ କୃଷି ଶ୍ରମିକ ମାନେ ବହୁ ସୁବିଧା ରୁ ବଞ୍ଚିତ ହେଉଛନ୍ତି। ଆମ ସମ୍ବିଧାନ,ଆମ ଅଧିକାର ଓ ସ୍ବାଧିନତା ର ସୁରକ୍ଷା ପାଇଁ ଆମେ ମାନେ କାର୍ଯ୍ୟ କରି ପାରିଲେ ବାବା ସାହେବ୍ ଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ।
ଏହି ଆଲୋଚନା ସଭା ରେ ସିପିଆଇ (ଏମ) ନେତା ନିତ୍ୟାନନ୍ଦ ପରିଡ଼ା, ଦୁଃଶାସନ ଜେନା, ସୁରେଶ ସ୍ବାଇଁ, ନିରଞ୍ଜନ ରାଉତରାୟ, ଗଦାଧର ପ୍ରଧାନ, ମହେନ୍ଦ୍ର ସାହୁ, ବିନୋଦ ନାୟକ, ପ୍ରଭାକର ନାୟକ, ରଞ୍ଜନ ନାୟକ ଓ ନିରଞ୍ଜନ ନାୟକ ପ୍ରମ୍ମୁଖ ଆଲୋଚନା କରିଥିଲେ।
