• About Us
  • Contact Us
Wednesday, April 15, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବଢିବ ଲୋକସଭା ଆସନ ସଂଖ୍ୟା, ୫୪୩ ରୁ ଆସନ ସଂଖ୍ୟା ବୃଦ୍ଧି ହେବ ୮୫୦

by Voice of Victims
April 15, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ବଦଳିବ ୬୫ ବର୍ଷ ପୁରୁଣା ଆଇନ୍ : କେନ୍ଦ୍ର ଆଣିବ ସାଂସଦଙ୍କ ଅଯୋଗ୍ୟତା ସମ୍ପର୍କିତ ନୂଆ ଡ୍ରାଫ୍ଟ ବିଲ୍‌

ଭୁବନେଶ୍ବର: ବଢ଼ିବ କି ଲୋକସଭାରେ ଆସନ ସଂଖ୍ୟା? ୫୪୩ରୁ ୮୫୦ ଆସନ ବୃଦ୍ଧି ପାଇଁ କାଲିଠାରୁ ବସିବ ସଂସଦର ସ୍ବତନ୍ତ୍ର ଅଧିବେଶନ । କିନ୍ତୁ ସମ୍ବିଧାନ ସଂଶୋଧନ ବିଲ ପାରିତ କରିବାକୁ ସରକାରଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ । ତେଣୁ ସବୁ ଦଳର ସହଯୋଗ ଲୋଡ଼ି ପୂର୍ବରୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧୀ ଦଳ ଗୁଡ଼ିକ ମହିଳା ସଂରକ୍ଷଣକୁ ସମର୍ଥନ କରୁଥିଲେ ମଧ୍ୟ କିଛି ପ୍ରସଙ୍ଗରେ ଆପତ୍ତି ଉଠାଇଛନ୍ତି । ସେପଟେ ଲୋକସଭାରେ ସିଟ ସଂଖ୍ୟା ବଢ଼ିଲେ ସଂସଦରେ ଉତ୍ତର ଭାରତର ରାଜ୍ୟଗୁଡ଼ିକର ପ୍ରତିନିଧିତ୍ବ ଅଂଶ ବଢ଼ିବ। କିନ୍ତୁ ଜନସଂଖ୍ୟା ନିୟନ୍ତ୍ରଣରେ ସଫଳ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ପ୍ରତିନିଧିତ୍ବ ଅଂଶ କମିବ । ଏହାକୁ ନେଇ ଆରମ୍ଭ ହେଲାଣି ଅସନ୍ତୋଷ ।

ବଢିବ ଲୋକସଭା ଆସନ ସଂଖ୍ୟା । ୫୪୩ରୁ ଆସନ ସଂଖ୍ୟା ବୃଦ୍ଧି ହେବ ୮୫୦ । ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ବୃଦ୍ଧି ହେବ ସିଟ ସଂଖ୍ୟା । କାଲିଠାରୁ ତିନିଦିନ ଧରି ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏନେଇ ବିଲ ଆଗତ ହେବ। ଲୋକସଭା ଆସନ ବୃଦ୍ଧି ଓ ମହିଳା ସଂରକ୍ଷଣ ବିଲ ଆଗତ ହେବ । ୩୩ପ୍ରତିଶତ ସଂରକ୍ଷଣ ସହ ସଂସଦରେ ମହିଳାଙ୍କ ପାଇଁ ଆସନ ସଂଖ୍ୟା ୨୮୦ ରୁ ୨୮୩ ହେବ। ତେବେ ସ୍ବତନ୍ତ୍ର ଅଧିବେଶନରେ ପାରିତ ହେବ କି ତିନିଟି ବିଲ ? ସମ୍ବିଧାନ ସଂଶୋଧନ ବିଲ ପାସ କରିବା ପାଇଁ ସରକାରଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ । ଏଥିପାଇଁ ଦୁଇତୃତୀୟାଂଶ ସଂଖ୍ୟା ଆବଶ୍ୟକ । ଲୋକସଭାରେ ସରକାରଙ୍କୁ ଅତି କମରେ ୩୬୦ରୁ ୩୬୨ ଜଣ ସାଂସଦଙ୍କ ସମର୍ଥନ ଜରୁରୀ ।

କିନ୍ତୁ ଏନଡିଏ ନିକଟରେ ମାତ୍ର ୨୯୩ ସଦସ୍ୟ ଅଛନ୍ତି । ଅର୍ଥାତ ବିଲ ପାସ କରାଇବା ପାଇଁ ସରକାରଙ୍କୁ ଆହୁରି ଅତିକମରେ ୬୭ରୁ ୭୦ ଜଣ ସାଂସଦଙ୍କ ସମର୍ଥନ ଜରୁରୀ । ଯାହା ବିରୋଧୀଙ୍କ ବିନା ସହଯୋଗରେ ସମ୍ଭବ ନୁହେଁ । ତେଣୁ ଏହାକୁ ଐତିହାସିକ ପଦକ୍ଷେପ କହିବା ସହ ଚିଠି ଲେଖି ସମସ୍ତ ରାଜନୈତିକ ଦଳଙ୍କ ସହଯୋଗ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।  ସେପଟେ ବିରୋଧୀ ଦଳମାନେ ମହିଳା ସଂରକ୍ଷଣକୁ ସମର୍ଥନ କରୁଥିଲେ ମଧ୍ୟ କିଛି ପ୍ରସଙ୍ଗରେ ଆପତ୍ତି ଉଠାଇଛନ୍ତି ।

Post Views: 10
Share197Tweet123Send
Voice of Victims

Voice of Victims

Recent Posts

  • ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମ୍ରାଟ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
  • ପୁନଃସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନବୀନଙ୍କ ଚିଠି
  • ବଢିବ ଲୋକସଭା ଆସନ ସଂଖ୍ୟା, ୫୪୩ ରୁ ଆସନ ସଂଖ୍ୟା ବୃଦ୍ଧି ହେବ ୮୫୦
  • ଦିନରେ ଗରମ, ସନ୍ଧ୍ୟାରେ ବର୍ଷା, ଆସନ୍ତା ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଏଭଳି ପାଗ
  • ସିପିଆଇ(ଏମ) ତରଫରୁ ବାବା ସାହେବ୍ ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଜୟନ୍ତି ପାଳିତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In