• About Us
  • Contact Us
Saturday, April 18, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ତାତିରେ ଜଳୁଛି ଓଡ଼ିଶା: ଅଧିକ ଖରା ହେଉଥିବା ଜାଗାରେ ଆଶ୍ରୟ ସ୍ଥଳୀ ନିର୍ମାଣ; ORS, ପିଇବା ପାଣିର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ

by Voice of Victims
April 18, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
୨୪ ଘଣ୍ଟା ପରେ ରାଜ୍ୟରେ ବଢ଼ିବ ତାପମାତ୍ରା: ପଶ୍ଚିମା ଝଡ଼ ଉତ୍ତରପଶ୍ଚିମ ଭାରତକୁ ପ୍ରଭାବିତ ସମ୍ଭାବନା

ଭୁବନେଶ୍ଵର : ତାତିରେ ଜଳୁଛି ଓଡ଼ିଶା । ଆଗକୁ ଆହୁରି ଜଳିବ । ପଶ୍ଚିମରେ ଅସମ୍ଭାଳ ହେଲାଣି ତାତି । ୪୩ ପାର କଲାଣି ପାରଦ । ତାତି ୪୫ ଡିଗ୍ରି ସେଲସିୟସ ଛୁଇଁବ । ୨୨ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ବିଭିନ୍ନ ଜିଲ୍ଲାରେ ଦିନର ସର୍ବାଧିକ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିପାରେ । ଆଗାମୀ ସପ୍ତାହ ପାଇଁ ଉପକୂଳ ଜିଲ୍ଲା ଭୁବନେଶ୍ୱର, କଟକ, ଭଦ୍ରକ, ବାଲେଶ୍ବର ଓ ପୁରୀରେ ତାପମାତ୍ରା ୩୬ରୁ ୪୦ ଡିଗ୍ରୀ ସେଲସିୟସ ଯାଏ ରହିବ । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ଟିଟିଲାଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର, ଅନୁଗୁଳରେ ୪୦ ରୁ ୪୫ ଡିଗ୍ରୀ ସେଲସିୟସ ଯାଏ ରହିପାରେ । ୧୮ ଓ ୧୯ ତାରିଖରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି । ଉପକୂଳରେ ଅଧିକ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ଅସହ୍ୟ ହେବ ।

ଟାଣ ଖରା ସମୟରେ ଯାତ୍ରୀ ପରିବହନ ଉପରେ କଟକଣା ଲଗାଇବେ ସରକାର । ଅଧିକ ଖରା ହେଉଥିବା ଜାଗାରେ ହିଟୱେଭ ଆଶ୍ରୟ ସ୍ଥଳୀ ନିର୍ମାଣ କରିବେ । ଯାତାୟତ କରିବା ରାସ୍ତାରେ ଡ୍ରାଇଭରଙ୍କ ପାଇଁ ବିଶ୍ରାମ, ORS, ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ସେହିପରି କିଛି ଅଘଟଣକୁ ଦୃଷ୍ଟିରେ ମେଡିକାଲ ଏବଂ ଆମ୍ବୁଲାନ୍ସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦ ମିନିଟ୍ ଭିତରେ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରୀବାହୀ ଓ ମାଲ ପରିବହନ କରୁଥିବା ଲୋକଙ୍କ ପାଇଁ ପ୍ରଚୁର ପରିମାଣରେ ORS ଓ ପିଇବା ପାଣିର ବ୍ୟବସ୍ଥା କରିବେ । ଆଜି ଜିଲ୍ଲାପାଳଙ୍କ ସହିତ ଭିସିରେ ବୈଠକ କରିବା ପରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେହିପରି ସ୍କୁଲ ଛୁଟି ନେଇ ଜିଲ୍ଲାପାଳ ମାନଙ୍କୁ ଅଧିକୃତ କରାଯାଇଥିବା କହିଛନ୍ତି ସୁରେଶ ପୂଜାରୀ ।

Post Views: 17
Share198Tweet124Send
Voice of Victims

Voice of Victims

Recent Posts

  • ରାଜ୍ୟପାଳଙ୍କୁ ଭେଟିଲେ ପୋଲିସ କମିଶନର, ରାଜଭବନରେ IRS ଅଫିସରଙ୍କ ସହ ଉପୁଜିଥିବା ବିବାଦ ମାମଲା
  • ପୁଣି ହର୍ମୁଜ୍ ପ୍ରଣାଳୀ ବନ୍ଦ କଲା ଇରାନ: ଆମେରିକା ଉପରେ ଆଣିଲା ଯୁଦ୍ଧବିରତି ଉଲ୍ଲଂଘନ ଅଭିଯୋଗ
  • ଶିକ୍ଷକଙ୍କ ଅକାଳ ଦେହାନ୍ତ, ଶିକ୍ଷା ମଣ୍ଡଳୀରେ ଶୋକର ଛାୟା
  • ଡି ପି ଏସ କଳିଙ୍ଗ ଛାତ୍ରୀ ଆଦ୍ୟାଶାଙ୍କ ସଫଳତା
  • କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୨ ପ୍ରତିଶତ ବଢ଼ିଲା ଡିଏ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In