କଟକ, ସହ ରାଜ୍ୟ ପ୍ରଭାରୀ ସୁନିଲ ଶର୍ମାଙ୍କ ନେତୃତ୍ବରେ ପତଞ୍ଜଳି ଯୋଗପୀଠ ପକ୍ଷରୁ ଲିଙ୍କରୋଡ ଠାରେ ଦହି ବଣ୍ଟନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ନିମାଇଁ ଜେନା, ଶିଶିର ଜେନା, ପ୍ରିୟବ୍ରତ ରାଉତରାୟ, ପ୍ରସନ୍ନ ଭୂୟାଁ, ପ୍ରମୋଦ ଦାଶ, କ୍ଷୀରୋଦ ପଟ୍ଟନାୟକ, ହେମନ୍ତ ପଟ୍ଟନାୟକ, ନୀଳକଣ୍ଠ ଦାସ, ପ୍ରଶାନ୍ତ ମିଶ୍ର, ବିଜୟଲକ୍ଷ୍ମୀ ନାୟକ, ଜ୍ୟୋତ୍ସ୍ନା ମହାନ୍ତି, ଦେବଲକ୍ଷ୍ମୀ ପଟ୍ଟନାୟକ ଓ ଜୟଲକ୍ଷ୍ମୀ ରାଉତରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ସବିତା ପରିଡ଼ା ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ଦୁଇହଜାରରୁ ଉର୍ଦ୍ଧ୍ବ ତୃଷାର୍ତ୍ତ ସ୍ଥାନୀୟ ବ୍ୟବସାୟୀ, ଛାତ୍ରଛାତ୍ରୀ, ପଥଚାରୀ ଓ ବସଯାତ୍ରୀମାନଙ୍କୁ ଦହି ବଣ୍ଟନ କରାଯାଇଥିଲା।
