• About Us
  • Contact Us
Monday, August 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସମ୍ଭାବ୍ୟ ତୈଳ ସଂକଟ ଓ କଳାବଜାରୀ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଗୋଟିଏ ନୋଜଲରୁ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା

by Voice of Victims
April 25, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଡିଜେଲ ଦର ୨ ଟଙ୍କା ବୃଦ୍ଧି କଲେ ସରକାର, ବଢିବ ଅତ୍ୟାବଶ୍ୟକ ସାମଗ୍ରୀ ଦର

ଆଗକୁ ସମ୍ଭାବ୍ୟ ତୈଳ ସଂକଟ ଓ କଳାବଜାରୀ ରୋକିବା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ପେଟ୍ରୋଲ ପମ୍ପରେ ମନ ଇଚ୍ଛା ତେଲ ବିକ୍ରି ହୋଇପାରିବ ନାହିଁ । ଥରକେ ଗୋଟିଏ ନୋଜଲରୁ ୫୦ ଲିଟରରୁ ଅଧିକ ପେଟ୍ରୋଲ ଏବଂ ୫୦୦ ଲିଟରରୁ ଅଧିକ ହାଇସ୍ପିଡ୍ ଡିଜେଲ ବିକ୍ରି ଉପରେ କଟକଣା ଲଗାଯାଇଛି । ଯୋଗାଣ ବିଭାଗ ସଚିବ ସଂଜୟ ଲାଠ୍ ସୂଚନା ଦେଇ କହିଛନ୍ତି, ଗୋଟିଏ ନୋଜଲରୁ ଏକାଥରକେ ୫୦ ଲିଟର ପେଟ୍ରୋଲ୍ ଓ ୫୦୦ ଲିଟରରୁ ଅଧିକ ଡିଜେଲ୍ ମିଳିବ ନାହିଁ । ଯଦି କେହି ଅଧିକ ତେଲ ନେବାକୁ ଚାହାନ୍ତି, ତେବେ ତାଙ୍କୁ ଉପଯୁକ୍ତ କାରଣ ଦର୍ଶାଇ ପୂର୍ବରୁ ଅନୁମତି ନେବାକୁ ପଡ଼ିବ ।

ସରକାରଙ୍କ କହିବା ଅନୁଯାୟୀ, ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଆଗକୁ ସମ୍ଭାବ୍ୟ ତୈଳ ସଂକଟକୁ ଦୃଷ୍ଟିରେ ରଖି ଏବଂ କଳାବଜାରୀ ତଥା ଅନାବଶ୍ୟକ ଉପଲବ୍ଧ ତୈଳକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ବହୁ ସମୟରେ କିଛି ଅସାଧୁ ବ୍ୟବସାୟୀ ବହୁ ପରିମାଣରେ ତେଲ କିଣି ପରେ ଅଧିକ ଦରରେ ବିକ୍ରି କରୁଥିବା ଅଭିଯୋଗ ଆସୁଛି । ଏହାଦ୍ୱାରା ସାଧାରଣ ଲୋକେ ହଇରାଣ ହେଉଛନ୍ତି । ଏହି ନିୟମ ଲାଗୁ ହେଲେ ତେଲର ସମାନ ବଣ୍ଟନ ହୋଇପାରିବ ବୋଲି ସରକାର ଆଶା କରୁଛନ୍ତି ।

Post Views: 60
Share201Tweet126Send
Voice of Victims

Voice of Victims

Recent Posts

  • Weekly News Paper (August 10- 16, 2026)
  • ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
  • ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଯୁବକଙ୍କୁ ଧକ୍କା ଦେଲା କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍, ଯୁବକଙ୍କ ମୃତ୍ୟୁ
  • ଫୁକେଟ୍-ଦିଲ୍ଲୀ ବିମାନରେ ଭୟଙ୍କର ଟର୍ବୁଲାନ୍ସ ଘଟଣା, ପାଇଲଟଙ୍କ ଡୋପ୍ ଟେଷ୍ଟ ପଜେଟିଭ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In