• About Us
  • Contact Us
Sunday, April 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଇନଷ୍ଟାରେ ୧୦ ଲକ୍ଷ ଫଲୋଅର୍ସ ହରାଇଲେ ସାଂସଦ ରାଘବ ଚଢ଼ା

by Voice of Victims
April 25, 2026
in ଦେଶ ବିଦେଶ, ମୁଖ୍ୟ ଖବର
ଇନଷ୍ଟାରେ ୧୦ ଲକ୍ଷ ଫଲୋଅର୍ସ ହରାଇଲେ ସାଂସଦ ରାଘବ ଚଢ଼ା

ନୂଆଦିଲ୍ଲୀ : ଇନଷ୍ଟାରେ ୧୦ ଲକ୍ଷ ଫଲୋଅର୍ସ ହରାଇଲେ ସାଂସଦ ରାଘବ ଚଢ଼ା  ।  ଆପ ଛାଡ଼ି ପଦ୍ମ ଧରିବା ପରେ ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ଫଲୋୟର୍ସ ସଂଖ୍ୟାରେ ବଡ଼ ହ୍ରାସ ଘଟିଛି  ।  ପାର୍ଟି ପରିବର୍ତ୍ତନ ପରେ ତାଙ୍କର ଇନଷ୍ଟାଗ୍ରାମ୍ ଫଲୋଅର୍ସ ସଂଖ୍ୟା ଏକ ମିଲିୟନ କମିଛି ।  ପୂର୍ବରୁ ସାଂସଦ ରାଘବ ଚଢ଼ାଙ୍କର ଇନଷ୍ଟାଗ୍ରାମ୍ ଫଲୋଅର୍ସ ସଂଖ୍ୟା ପ୍ରାୟ ୧୪.୬ ମିଲିୟନ୍ ଅର୍ଥାତ ୧ କୋଟି ୪୬ ଲକ୍ଷ ଥିଲା ।

ଗୋଟିଏ ଦିନ ମଧ୍ୟରେ ପ୍ରାୟ ୧ ମିଲିୟନ୍ ଅର୍ଥାତ ୧୦ ଲକ୍ଷ ଫଲୋଅର୍ସ କମିଯାଇଛନ୍ତି ।  ଏତେ ଫଲୋଅର୍ସ କମିଲେ କାହିଁକି  ?  ପୂର୍ବରୁ ରାଘବ ଚଢ଼ା AAPରେ ଥିବା ବେଳେ ଯୁବବର୍ଗ ଓ ଜେନ୍-ଜେଡ୍ (Gen Z)ଙ୍କ ମଧ୍ୟରେ ଖୁବ ଲୋକପ୍ରିୟ ଥିଲେ ।  ତାଙ୍କୁ ସେମାନେ ଅନୁସରଣ କରୁଥିଲେ ।  ହେଲେ ବିଜେପିରେ ତାଙ୍କର ଯୋଗଦାନକୁ ଅନେକ ସମର୍ଥକ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ପ୍ରତିବାଦ ସ୍ୱରୂପ ଇନଷ୍ଟାରେ ତାଙ୍କୁ ଅନଫଲୋ କରୁଛନ୍ତି ।  କେବଳ ଏତିକି ନୁହେଁ ସୋସିଆଲ୍ ମିଡିଆରେ ତାଙ୍କୁ ଖୁବ ଟ୍ରୋଲ୍ କରାଯାଉଛି ।  କିଛି ସପ୍ତାହ ପୂର୍ବରୁ ରାଘବ ଚଢ଼ାଙ୍କୁ ରାଜ୍ଯସଭାରେ ଆପର ରାଜ୍ୟସଭା ଉପନେତା ପଦରୁ ହଟାଇ ଅଶୋକ ମିତ୍ତଲକୁ ଦାୟିତ୍ବ ଦିଆଯାଇଥିଲା ।  ଏହାପରେ ଗତକାଲି ରାଘବଙ୍କ ସମେତ ୭ ସାଂସଦ ଆପ ଛାଡ଼ି ବିଜେପିରେ ସାମିଲ ହେବା ଯୋଗୁ ଆମ ଆଦମୀ ପାର୍ଟିକୁ ଶକ୍ତ ଧକ୍କା ଲାଗିଛି  ।

Post Views: 23
Share198Tweet124Send
Voice of Victims

Voice of Victims

Recent Posts

  • ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଦିଲ୍ଲୀ ଏୟାରପୋର୍ଟରେ ଉଡ଼ାଣ ଭରୁଥିବା ବେଳେ ବିମାନ ଇଂଜିନରେ ଲାଗିଲା ନିଆଁ, ଭିତରେ ଥିଲେ ୨୨୮ ଯାତ୍ରୀ
  • ରଥାଯାତ୍ରା ପାଇଁ ଆକ୍ସନ ପ୍ଲାନ, କାମ ସାରିବାକୁ ଡେଡଲାଇନ୍ ଦେଲେ ମୁଖ୍ୟ ଶାସନ ସଚିବ
  • ପଞ୍ଜାବରେ AAPକୁ ଲାଗିପାରେ ବଡ଼ ଝଟ୍‌କା, ଦଳ ଛାଡ଼ିପାରନ୍ତି ୨୮ ବିଧାୟକ
  • ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ସାଂସଦ, କହିଲେ- ତୁରନ୍ତ ମହାନଦୀ ବିବାଦରେ ହସ୍ତକ୍ଷେପ କରନ୍ତୁ, ନହେଲେ…

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In