• About Us
  • Contact Us
Sunday, April 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ସାଂସଦ, କହିଲେ- ତୁରନ୍ତ ମହାନଦୀ ବିବାଦରେ ହସ୍ତକ୍ଷେପ କରନ୍ତୁ, ନହେଲେ…

by Voice of Victims
April 25, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ପାଣ୍ଡିଆନ କାହିଁକି ଦିଲ୍ଲୀ ଗଲେ, ସ୍ପଷ୍ଟିକରଣ ଦେଲା ବିଜେଡି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ବିଜେଡି ସାଂସଦଙ୍କ ଅନୁରୋଧ । ଖୁବଶୀଘ୍ର ଆକ୍ସନ ନିଅନ୍ତୁ, ଏହି ବିବାଦୀୟ ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତୁ । ନହେଲେ ବୁଡ଼ିଯିବ ‘ମହାନଦୀ’ ଆଶା । ମହାନଦୀ ଜଳ ବିବାଦ ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ଚରଣ ମାଝୀଙ୍କୁ ନିବେଦନ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

ଏକ ଭିଡିଓ ବାର୍ତ୍ତା ଜରିଆରେ ସେ କହିଛନ୍ତି ଯେ, ମହାନଦୀ ଟ୍ରିବ୍ୟୁନାଲରେ ଏହି ସମ୍ବେଦନଶୀଳ ମାମଲାର ଶୁଣାଣି ମେ ୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ତାପୂର୍ବରୁ ରାଜ୍ୟ ଜଳସଂପଦ ବିଭାଗ ଏବଂ ଆଇନ ବିଭାଗ ସହ ମୁଖ୍ୟମନ୍ତ୍ରୀ ବୈଠକ ଡାକନ୍ତୁ । ଟ୍ରବ୍ୟୁନାଲରେ ଓଡ଼ିଶା ସରକାର ଏମିତି ତଥ୍ୟ ରଖନ୍ତୁ । ଯେମିତି ଟ୍ରବ୍ୟୁନାଲର ନିଷ୍ପତ୍ତି ଓଡ଼ିଶା ସପକ୍ଷରେ ଯିବ ।

ସେହିପରି ପୂର୍ବ ଶୁଣାଣିରେ ଟ୍ରିବୁନାଲ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯେଉଁପ୍ରକାରେ କାର୍ଯ୍ୟଧାରାରେ ମନ୍ଥରତା ଓ ପରିଚାଳନା ହେଉଛି । ଏଭଳି ମାମଲାର ପରିଚାଳନା ଶୈଳୀକୁ ନେଇ ଟ୍ରିବ୍ୟୁନାଲ୍ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯେଉଁ ନିର୍ଦ୍ଧିଷ୍ଟ ତାରିଖ ଥିଲା ବୈଠକର ବିବରଣୀ ଚୂଡ଼ାନ୍ତ କରିବା ପାଇଁ ସେହି ତାରିଖରେ ନହୋଇ ପ୍ରତିଶ୍ରୁତି ରକ୍ଷା କରାଯାଇନାହିଁ ।

ବିବାଦୀୟ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରସ୍ତାବ ଏପର୍ଯ୍ୟନ୍ତ ରେକର୍ଡରେ ରଖାଯାଇନାହିଁ । ଏହି ବିବାଦ ଓଡ଼ିଶାର ଅନେକ ଜିଲ୍ଲାର ଭାଗ୍ୟ ନିର୍ଭର କରୁଛି । ସେଠାରେ ହେଉଥିବା ଚାଷ କାର୍ଯ୍ୟ, ପାନୀୟ ଜଳ ଏବଂ ପରିବେଶ ସୁରକ୍ଷା ସହିତ ଜଡ଼ିତ । ଛତିଶଗଡ଼ ସରକାରଙ୍କ ସହ ଉଚ୍ଚସ୍ତରୀୟ ରାଜନୈତିକ ବା ପ୍ରାଶାସନିକ ଆଲୋଚନା କରିରେ ସହମତି ପାଇଁ ଚେଷ୍ଟା କରନ୍ତୁ । ମେ’ ୨ ସୁଦ୍ଧା ମହାନଦୀ ଜଳ ବିବାଦକୁ ନେଇ ସମସ୍ତ ତଥ୍ୟ ଦେବାକୁ ପଡ଼ିବ । ନଚେତ୍ ଏହାର ଅସ୍ତିତ୍ୱ ରହିବ ନାହିଁ ।

Post Views: 21
Share198Tweet124Send
Voice of Victims

Voice of Victims

Recent Posts

  • ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଦିଲ୍ଲୀ ଏୟାରପୋର୍ଟରେ ଉଡ଼ାଣ ଭରୁଥିବା ବେଳେ ବିମାନ ଇଂଜିନରେ ଲାଗିଲା ନିଆଁ, ଭିତରେ ଥିଲେ ୨୨୮ ଯାତ୍ରୀ
  • ରଥାଯାତ୍ରା ପାଇଁ ଆକ୍ସନ ପ୍ଲାନ, କାମ ସାରିବାକୁ ଡେଡଲାଇନ୍ ଦେଲେ ମୁଖ୍ୟ ଶାସନ ସଚିବ
  • ପଞ୍ଜାବରେ AAPକୁ ଲାଗିପାରେ ବଡ଼ ଝଟ୍‌କା, ଦଳ ଛାଡ଼ିପାରନ୍ତି ୨୮ ବିଧାୟକ
  • ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ସାଂସଦ, କହିଲେ- ତୁରନ୍ତ ମହାନଦୀ ବିବାଦରେ ହସ୍ତକ୍ଷେପ କରନ୍ତୁ, ନହେଲେ…

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In