ଆମ୍ ଆଦମୀ ପାର୍ଟର ସମସ୍ୟା ବଢ଼ିବାରେ ଲାଗିଛି । ଶୁକ୍ରବାର ରାଘବ ଚଢାଙ୍କ ସମେତ ୭ ରାଜ୍ୟସଭା ସାଂସଦ ବିଜେପିରେ ଯୋଗ ଦେବା ପରେ ଆପ୍ ଶିବିରରେ ହଇଚଇ ଲାଗି ରହିଛି । ଏବେ ପଞ୍ଜାବରେ ଆପ୍ ସରକାର ପ୍ରତି ବିପଦ ବଢ଼ିବାରେ ଲାଗିଛି । ପଞ୍ଜାବରେ ଆପ୍ର ସରକାର ଭାଙ୍ଗିପାରେ ବୋଲ ଚର୍ଚ୍ଚା ବୃଦ୍ଧି ପାଇଛି । ଦାବି ହେଉଛି, ପ୍ରାୟ ୨୮ ବିଧାୟକ ଆପ୍ ଛାଡ଼ିପାରନ୍ତି ।
ହରିୟାଣାରେ ଆପର ପୂର୍ବତନ ରାଜ୍ୟ ସଭାପତି ନବୀନ ଜୟହିନ୍ଦ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, କିଛି ରାଜ୍ୟସଭା ସାଂସଦ ବିଜେପିରେ ଯୋଗଦେବା ପରେ, ପଞ୍ଜାବରେ ମଧ୍ୟ ଦଳ ଭିତରେ ଅସନ୍ତୋଷ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସେ କହିଛନ୍ତି ଯେ, ପ୍ରାୟ ୨୮ ଜଣ ବିଧାୟକ ମଧ୍ୟ ଦଳ ଛାଡିପାରନ୍ତି। ଯଦି ଏହା ହୁଏ, ତେବେ ଏହାର ସିଧାସଳଖ ପ୍ରଭାବ ପଞ୍ଜାବର ବର୍ତ୍ତମାନର ସରକାର ଉପରେ ପଡ଼ିବ। ତେବେ ନବୀନ ଜୟହିନ୍ଦ, ଆପ୍ ଛାଡ଼ିଥିବା ରାଜ୍ୟସଭା ସାଂସଦ ସ୍ବାତୀ ମାଲିଓ୍ବାଲଙ୍କ ପୂର୍ବତନ ସ୍ବାମୀ ।
ବହୁ ଅଭିଯୋଗ ଆଣିଛନ୍ତି ଜୟହିନ୍ଦଜୟହିନ୍ଦ ଅଭିଯୋଗ କରିଛନ୍ତି ଯେ, ଅତୀତରେ ଦଳ ଛାଡିଥିବା ନେତାମାନଙ୍କ ସହିତ ଦଳ ଭିତରେ ଭଲ ବ୍ୟବହାର କରାଯାଇ ନଥିଲା। କିଛି କ୍ଷେତ୍ରରେ ଚାପ ଏବଂ ଦୁର୍ବ୍ୟବହାରର ଘଟଣା ମଧ୍ୟ ରିପୋର୍ଟ ହୋଇଛି। ତାଙ୍କ ଅନୁଯାୟୀ, ଦଳ ଭିତରେ ଆଭ୍ୟନ୍ତରୀଣ କଳହ ବହୁ ଦିନ ଧରି ଚାଲିଛି, ଏବଂ ଏବେ ଏହା ସାମ୍ନାକୁ ଆସୁଛି। ଏହା ଦଳ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି।
