କଟକ, ସିଡିଏସ୍ଥିତ ଅଗ୍ରଣୀ ଅନୁଷ୍ଠାନ ଦି ଟ୍ୟାଲେଣ୍ଟ ସର୍ଚ୍ଚର ୧୯ତମ ବାର୍ଷିକଉତ୍ସବ ଅବସରରେ “ନିଦାଘ ଚନ୍ଦନ -୨୦୨୬” କଳାବିକାଶ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସାଂସ୍କୃତିକ ଉତ୍ସବକୁ ଦିଲୀପ ମିଶ୍ର ଉଦଘାଟନ କରିଥିବା ବେଳେ ବିଶିଷ୍ଟ ଆଇନଜୀବୀ ତଥା ସ୍ତମ୍ଭକାର କୈଳାସ ଚନ୍ଦ୍ର ଶତପଥୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଚଳିତ ବର୍ଷ ପ୍ରତିଭାବାନ ଗୀତିକାର ବିମଳ ପ୍ରସାଦ ପରିଡା ଏବଂ ସଂଗୀତ ପରିଚାଳଳ ନରେନ୍ଦ୍ର ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ସଂଗୀତ ନିର୍ଦ୍ଦେଶକ ଶରତ ନାୟକ ଏଥିରେ ସଭାପତିତ୍ୱ କରିଥିବାବେଳେ ବିଶିଷ୍ଟ କବି, ଗାଳ୍ପିକ ତଥା ସଂଳାପକାର ବିଜୟ ମଲ୍ଲ ମଞ୍ଚ ପରିଚାଳନା କରିଥିଲେ।
ଉପସଭାପତି ମିତାରାଣୀ ମହାନ୍ତି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଶେଷକରି ଓଡିଶୀ ନୃତ୍ୟରେ ରାମଅଷ୍ଟକମ, ବସନ୍ତ ପଲ୍ଲବୀ, ଶିବପଞ୍ଚକ ଓ ଆଧୁନିକ ନୃତ୍ୟରେ ମହାକାଳ, ଧର୍ମପଦ, କଳ୍କୀ ଗୀତର ନୃତ୍ୟ ଦର୍ଶକମାନଙ୍କୁ ଅଭିଭୂତ କରିଥିଲା। ଅନୁଷ୍ଠାନର ପରିଚାଳକ ସତ୍ୟନାରାୟଣ ମହାନ୍ତି ଉତ୍ସବର ସଫଳତା ପାଇଁ ଅଭିଭାବକ, ଅନୁଷ୍ଠାନର ଗୁରୁ, ତଥା କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ
