କଟକ, ପତଞ୍ଜଳି ଯୋଗପୀଠ ପକ୍ଷରୁ ବରିଷ୍ଠ ଯୋଗ ଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ନୂଆବଜାର ଗାନ୍ଧି ପଲ୍ଲୀ ଯାଚକେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ‘ସ୍ବାଭିମାନ ଦିବସ’ ପାଳିତ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ଦାଶ, ଅଜୟ ବାରିକ, ରମେଶ ମଲ୍ଲିକ, ଗୋଲେଖ ପ୍ରଧାନ, ସୁଦାମ ମହାକୁଡ଼, ପ୍ରେମଲତା ମହାକୁଡ଼, ସସ୍ମିତା ପ୍ରଧାନ, ଖୁଲଣା ବଳ, ଖୁସି ବେହେରା ଓ ସ୍ୱାଗତିକା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଆଡଭୋକେଟ୍ ପୂର୍ଣ୍ଣଚନ୍ଦ୍ର ବେହେରା ଧନ୍ୟବାଦ ପ୍ରଦାନ କରିବା ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ମଧୁସୂଦନ ଦାସଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।
