ରଣପୁର, ୨୭/୦୪ : ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟରେ ଅବସ୍ଥିତ ଉଦଣ୍ଡ ଠାକୁର ଶ୍ରୀ ଶ୍ରୀ ବାବା ବାଲୁଙ୍କେଶ୍ୱର ଦେବଙ୍କ ପବିତ୍ର ମେରୁ ଉତ୍ସବ ଅବସରରେ କଣ୍ଟାଗଡ଼ା ପର୍ବ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରାୟ ୫୦ ଜଣ ଭଗତା ଓ ମାନସିକଧାରୀ କଣ୍ଟାରେ ଗଡ଼ି ନିଜ ଭକ୍ତି ଓ ନିଷ୍ଠା ପ୍ରଦର୍ଶନ କରିଥିଲେ। ଏହି ଅଲୌକିକ ଦୃଶ୍ୟକୁ ଦେଖିବା ପାଇଁ ଶହ ଶହ ଭକ୍ତଙ୍କର ଭିଡ଼ ଲାଗି ରହିଥିଲା। ଭକ୍ତମାନେ ଭଗବାନଙ୍କ ପ୍ରତି ନିଜର ଅତୁଟ ଶ୍ରଦ୍ଧା ଓ ଆସ୍ଥା ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା।

ଉଲ୍ଲେଖ୍ୟ ଯେ, ଚଳିତ ବର୍ଷ ଅକ୍ଷୟ ତୃତୀୟାରୁ ଏହି ପାରମ୍ପରିକ ଉଦଣ୍ଡ ଯାତ୍ରାର ଆରମ୍ଭ ହୋଇଥିଲା। ଆଜିର ମେରୁ ଉତ୍ସବ ଅବସରରେ ଭଗତା ଓ ମାନସିକ ଧାରୀମାନେ କଣ୍ଟା ଉପରେ ଗଡ଼ି ନିଜ ମନୋକାମନା ପୂରଣ ପାଇଁ ପ୍ରାର୍ଥନା କରିଥିଲେ।ଆସନ୍ତାକାଲି ସକାଳ ୮ଟାରେ ଠାକୁରଙ୍କ ପବିତ୍ର ଝାମୁ ଚଲା ଅନୁଷ୍ଠିତ ହେବାକୁ ଥିବାରୁ ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଉଛି।

