• About Us
  • Contact Us
Thursday, April 30, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କ୍ୟାଟ ବାର ଆସୋସିଏସନ, କଟକ ତରଫରୁ ମଧୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ

by Voice of Victims
April 30, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
କ୍ୟାଟ ବାର ଆସୋସିଏସନ, କଟକ ତରଫରୁ ମଧୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ

କଟକ: ୩୦. ୦୪. ୨୦୨୬ କ୍ୟାଟ ବାର ଆସୋସିଏସନ, କଟକ ପକ୍ଷରୁ ମଧୁ ଜୟନ୍ତୀ ଓ ଆଇନଜୀବୀ ଦିବସ ଅବସରରେ ଏକ ଗମ୍ଭୀର ଓ ଗରିମାମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆଜି ଅପରାହ୍ନରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଅତିଥିମାନଙ୍କ ଆଗମନ ପରେ ସେମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରାଯାଇଥିଲା। ପ୍ରଥମେ ଉତ୍କଳ ଗୌରବ ମଧୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଥିଲା। ନିମନ୍ତ୍ରିତ ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜଣାଇବା ପରେ ‘ବନ୍ଦେ ଉତ୍କଳ ଜନନୀ’ ଗାୟନ କରାଯାଇଥିଲା। କ୍ୟାଟ ବାର ସଭାପତି ଦେବେନ୍ଦ୍ର କୁମାର ବେହେରା ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଅଲୋଚନା କରିଥିଲେ। ସମ୍ମାନୀତ ଅତିଥି ଭାବରେ କ୍ୟାଟ କଟକ ବେଞ୍ଚ ଅଧ୍ୟକ୍ଷ ତଥା ଜୁଡ଼ିସିଆଲ ସଭ୍ୟ ସୁଦ୍ଧି ରଞ୍ଜନ ମିଶ୍ର ତାଙ୍କ ଅଭିଭାଷଣରେ ଆଇନ ବୃତ୍ତିର ମର୍ଯ୍ୟାଦା ଓ ଦାୟିତ୍ୱ ଉପରେ ଆଲୋକ ପାତ କରିଥିଲେ।

ଉତ୍ସବରେ ମୁଖ୍ୟବକ୍ତା ଭାବେ ହାଇକୋର୍ଟ ବାର ସଭାପତି ବରିଷ୍ଠ ଆଇନଜୀବୀ ଲଲାଟେନ୍ଦୁ ସାମନ୍ତରାୟ ଆଇନଜୀବୀମାନଙ୍କ ସମାଜ ଗଠନରେ ଭୂମିକା ବିଷୟରେ ମତ ପ୍ରକାଶ କରିଥିଲେ। କ୍ୟାଟର ପ୍ରଶାସନିକ ସଭ୍ୟ ପ୍ରମୋଦ କୁମାର ଦାସ ମଧ୍ୟ ତାଙ୍କ ଅଭିଭାଷଣ ରଖିଥିଲେ। ଉତ୍ସବରେ ଉପସ୍ଥିତ କଟକର ବିଭିନ୍ନ ବାରର ସଭାପତି ଓ ସମ୍ପାଦକମାନଙ୍କୁ ସମ୍ମାନୀତ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ ଓଡିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତ୍ତି ଭି. ନରସିଂହ ତାଙ୍କ ଅଭିଭାଷଣରେ ନ୍ୟାୟ ପ୍ରଣାଳୀର ସୁଦୃଢତା ପାଇଁ ମଧୁବାବୁ ଆଇନଜୀବୀମାନଙ୍କ ପାଇଁ ଶ୍ରେଷ୍ଠ ପ୍ରେରଣା ବୋଲି କହିଥିଲେ ଓ ତାଙ୍କର ଅବଦାନକୁ ଉଲ୍ଲେଖ କରିଥିଲେ।ଶେଷରେ କ୍ୟାଟ ବାର ସମ୍ପାଦକ ରମାକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ କୈଳାସ ଚନ୍ଦ୍ର ଶତପଥୀ ସଂଯୋଜନା କରିଥିବାବେଳେ ଏହି ଉତ୍ସବରେ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ।

Post Views: 34
Share200Tweet125Send
Voice of Victims

Voice of Victims

Recent Posts

  • କାଶୀନାଥଙ୍କ ଘରେ ଫୁଟିଲା ଦୁର୍ଲଭ ବ୍ରହ୍ମକମଳ
  • ସ୍ୱାଧୀନତା ସଂଗ୍ରାମୀ ବୀର ବୈଷ୍ଣବ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ !
  • କ୍ୟାଟ ବାର ଆସୋସିଏସନ, କଟକ ତରଫରୁ ମଧୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
  • ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
  • ମହିଳା ସଂରକ୍ଷଣକୁ ନେଇ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In