• About Us
  • Contact Us
Sunday, May 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ, ଘର ଭାଙ୍ଗିବା ସହ ଚାଲିଯାଇଛି ଅନେକ ଜୀବନ

by Voice of Victims
May 3, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
କାଳବୈଶାଖୀ ବର୍ଷାରେ ଭିଜିଲା ଅଧା ଓଡ଼ିଶା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ । କେଉଁଠି ବର୍ଷାରେ ଭାଙ୍ଗିଛି ଘର ତ କେଉଁଠି ପବନରେ ଉଡ଼ିଲାଣି ଚାଳଛପର। ବୌଦ୍ଧ ଜିଲ୍ଲା କଣ୍ଟାମାଳର ବିଭିନ୍ନ ଅଂଚଳରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଜୋରରେ ପବନ ସହ ବର୍ଷା ହେବାରୁ କିଛି ଘର ଭାଙ୍ଗିଛି । କଣ୍ଟାମାଲ ବ୍ଲକ ଲମ୍ବସରୀ ପଞ୍ଚାୟତର ବଲମତୁମା ଗାଁର ଗୁରୁଦେବ କୁମ୍ଭୀରଙ୍କ ଝାଟିମାଟିର ଘର ବର୍ଷାରେ ଭାଙ୍ଗି ଯାଇଛି ।  ଅନ୍ୟ କିଛି ସ୍ଥାନରେ ପବନରେ ଗଛ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିବା ଯୋଗୁ ଗମନାଗମନରେ ବାଧା ସୃଷ୍ଟି ହୋଇଛି ।

ସେପଟେ ମୟୂରଭଞ୍ଜ ଉଦଳାରେ କାଳବୈଶାଖୀ ତାଣ୍ଡବ। ପ୍ରବଳ ଝଡ଼ତୋଫାନରେ ଉପୁଡ଼ି ପଡ଼ିଛି ଗଛ । ହଠାତ ଅନ୍ଧାର ହୋଇ ମାଡିଆସିବା ପରେ ପ୍ରବଳ ବର୍ଷିଲା । ଭୀଷଣ ବର୍ଷା ସାଙ୍ଗକୁ ଖୁବ ଜୋରରେ ପବନ ବହିବାରୁ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଛି । ଉଦଳା – ବାରିପଦା ରାଜ୍ୟ ରାଜପଥର ପୁରୁଣାପାଣି, ଡୁକୁରା ଆଦି ଅଞ୍ଚଳରେ ବଡ଼ ବଡ଼ ଗଛ ଉପୁଡି ରାସ୍ତା ଉପରେ ପଡିଥିଲା । ପୁରୁଣାପାଣି ଗାଁରେ ଏକ ଗଛ ଉପୁଡି ଏକ କାର୍ ଉପରେ ପଡିବାରୁ କାରଟି ଭାଙ୍ଗି ଯାଇଛି । ସେହିପରି ଏକ ବିରାଟ ଗଛ ଉପୁଡ଼ି ପଡ଼ିବାରୁ ଗୋଟିଏ ଘରର ଟାଇଲ ଛପର ଭାଙ୍ଗି ଯାଇଛି । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତାରୁ ହଟାଇଛନ୍ତି ।

କୋଟପାଡ଼: ବଜ୍ରାଘାତରେ ଜଣେ ମୃତ ଓ ଜଣେ ଗୁରୁତର । କୋରାପୁଟ କୁନ୍ଦୁରା ବ୍ଳକ ଲିମା ପଞ୍ଚାୟତ କୁସୁମଗୁଡ଼ାର ଧନୁର୍ଜୟ ତଲିଆଙ୍କ ବଜ୍ରାଘାତରେ ମୃତ୍ୟୁ  । ସେହି ଗାଁର ଗଙ୍ଗା ପାତ୍ର ଗୁରୁତର ହୋଇ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଦିନ ୪ଟାରେ କାଜୁ ସଂଗ୍ରହ କରୁଥିବା ସମୟରେ ହଠାତ ବଜ୍ରାଘାତ ହୋଇଥିଲା ।  ଉଭୟଙ୍କୁ ଉଦ୍ଧାର କରାଯାଇ କୁନ୍ଦୁରା ମେଡିକାଲ ନେବା ପରେ ଧନୁର୍ଜୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଯାଜପୁର: କାଳବୈଶାଖୀ ନେଲା ଜୀବନ । ତାଳଗଛ ପଡି ଯାଜପୁରରେ ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ହୋଇଛି । ଏପଟେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ସ୍ତ୍ରୀ କୀଟନାଶକ ପିଇ ଗୁରୁତର ହୋଇଛି । ସୂଚନା ଅନୁଯାୟୀ, ଯାଜପୁରରେ କାଳବୈଶାଖୀ ଯୋଗୁ ଜୋରରେ ପବନ ବହିଥିଲା । ସେହି ସମୟରେ ଗଛ ମୂଳରେ ଆଶ୍ରୟ ନେଇଥିଲେ ବାଲିଚନ୍ଦ୍ରପୁର ଥାନା ବଡବାଲିକୁଦା ଗାଁର ବଙ୍କିମ ବିହାରୀ ଜେନାଙ୍କ ପୁଅ ଅଜିତ କୁମାର ଜେନା । ଅଜିତଙ୍କ ଉପରେ ତାଳଗଛ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀ ସୁମିତ୍ରା ଘାସ ମରା ଔଷଧ ପିଇଦେଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ଧର୍ମଶାଳା ଓ ପରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ଏପଟେ ବାଲିଚନ୍ଦ୍ରପୁର ପୋଲିସ ବଡବାଲିକୁଦା ଗାଁରେ ପଂହଚି ଅଜିତଙ୍କ ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।

ବ୍ରହ୍ମପୁର: ଏପଟେ ଗଞ୍ଜାମ ପାତ୍ରପୁର ବ୍ଲକ ଖରଣୀପଡାରେ ବି କାଳବୈଶାଖୀର ତାଣ୍ଡବ । ବଡ଼ ଭାଇ ଆଗରେ ଚାଲିଗଲା ସାନ ଭାଇ ର ଜୀବନ । ଗତକାଲି ରାତିରେ ଏକ କୁକୁଡ଼ା ଫାର୍ମ କାନ୍ଥ ପଡି ସିପୁନ ମହାରଣା ନାମକ ଯୁବକଙ୍କ ଜୀବନ ଯାଇଛି । ଗୁରୁତର ଅବସ୍ଥାରେ ଚିକିଟି ମେଡିକାଲ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି କାଳବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟି ଉପୁଡ଼ି ପଡ଼ିଛି । ଓଡ୍ରାଫ ଓ ଅଗ୍ନିଶମ ଟିମ ପହଞ୍ଚି ରାସ୍ତା ଅବରୋଧ ହଟାଇଛନ୍ତି ।

ଚାନ୍ଦବାଲି: କାଳବୈଶାଖୀର ତାଣ୍ଡବ । ନଡ଼ିଆ ଗଛ ପଡ଼ି ଭାଙ୍ଗିଲା ଘର । ଅଳ୍ପକେ ବର୍ତ୍ତିଲେ ପରିବାର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ମହୁଲିଆ ପଞ୍ଚାୟତ ଚନ୍ଦନପୁର ଗାଁରେ ନଡିଆ ଗଛ ଭାଙ୍ଗି ଅଞ୍ଜନ ବେହେରା ଓ ଭାରତୀ ମୂଦୁଲିଙ୍କ ଆଜବେଷ୍ଟ ଘର ଭାଙ୍ଗିଯାଇଛି । ଘରର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଗଛ ପଡିବା ଯୋଗୁଁ ଘର ସମ୍ମୁଖରେ ଥିବା ପାଚେରୀ ବି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ସୌଭାଗ୍ୟବଶତଃ କେହି ଆହତ ହୋଇନାହାନ୍ତି ।

Post Views: 13
Share197Tweet123Send
Voice of Victims

Voice of Victims

Recent Posts

  • ପତଞ୍ଜଳି ପକ୍ଷରୁ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ନିମନ୍ତେ ପ୍ରସ୍ତୁତି
  • ମେ’ ୪ ତାରିଖରେ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା
  • ପାକିସ୍ତାନ ଗ୍ୱାଦରରେ କାମ ବନ୍ଦ କଲା ଚୀନ୍ କମ୍ପାନୀ
  • ଓଡ଼ିଶାକୁ ‘ନଲେଜ୍ କ୍ୟାପିଟାଲ୍’ ଭାବେ ଗଢ଼ିବା ପାଇଁ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା
  • ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ, ଘର ଭାଙ୍ଗିବା ସହ ଚାଲିଯାଇଛି ଅନେକ ଜୀବନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In