ରଣପୁର: ଶାରଙ୍ଗଧରପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ବିଜୟ କୁମାର ବେହେରାଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ସହକାରୀ ଶିକ୍ଷକ ଗୋପୀନାଥ ପ୍ରଧାନଙ୍କ ସଭାପତିତ୍ୱରେ ସମ୍ପର୍ଣ୍ଣ ହୋଇଯାଇଛି। ସମାରୋହରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଭବାନୀ ପଦରଞ୍ଜନ ମହାପାତ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲଷ୍ମୀ ଦେଇ ଏବଂ ପରିଚାଳନା ସମିତିର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ। ଉପସ୍ଥିତ ସମସ୍ତ ଅତିଥି ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଲୋତକପୂର୍ଣ ଚକ୍ଷୁ ଏବଂ ବାଷ୍ପରୁଦ୍ଧ କଣ୍ଠରେ ତାଙ୍କର ଅମାୟିକ ବ୍ୟବହାର ସହିତ ସରଳତା,ନିଷ୍କପଟତା ତଥା ଛାତ୍ର ବତ୍ସଳତା ଗୁଣ ବିଷୟରେ ବକ୍ତବ୍ୟ ରଖିଥିଲେ।

ପ୍ରକାଶଥାଉକି ଶ୍ରୀ ବେହେରା ୨୦୨୦ମସିହା ଜୁନ୍ ମାସରେ ବିଦ୍ୟାଳୟରେ ଜଣେ ସହକାରୀ ଶିକ୍ଷକ ଭାବରେ ଯୋଗଦେଇ ଥିଲେ। ଦୀର୍ଘ ବର୍ଷର ଏହି ପୁରାତନ ବିଦ୍ୟାଳୟରେ ନିଜର କାର୍ଯ୍ୟକଳ ଭିତରେ ଅନେକ ଥର ଭାରପ୍ରାପ୍ତ ପ୍ରଧାନଶିକ୍ଷକର ଦାଇତ୍ୱକୁ ସୁଚାରୁରୂପେ ତୁଲାଇଥିଲେ। ଜଣେ ମିଷ୍ଟଭାଷୀ ଛାତ୍ରବତ୍ସଳ ଶିକ୍ଷକ ଭାବରେ ତାଙ୍କର ଅନେକ ସୁନାମ ଥିଲା। ବିଦ୍ୟାଳୟ ତରଫରୁ ତାଙ୍କୁ ମାନପତ୍ର ଉପଢୌକନ ଏବଂ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ତାଙ୍କର ଅବସର ଯୋଗୁଁ ବିଦ୍ୟାଳୟରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା। ଭଗବାନ ତାଙ୍କର ଅବସର ପରବର୍ତ୍ତୀ ଜୀବନ କୁସୁମିତ କରିବା ପାଇଁ ସମସ୍ତ ଅତିଥି ଓ ଛାତ୍ରଛାତ୍ରୀ ମାନେ ପ୍ରାର୍ଥନା କରିଥିଲେ।

