• About Us
  • Contact Us
Sunday, May 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ

by Voice of Victims
May 17, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
ଓଡ଼ିଶା ଆସିବେ ନୀତିନ ନବୀନ

ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଦଳର ସର୍ବୋଚ୍ଚ ସାଂଗଠନିକ ପଦବୀ ସମ୍ଭାଳିବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଫୋକସରେ ସାଂଗଠନିକ ସମୀକ୍ଷା ସହ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି । ବିଜେପିର ସାଂଗଠନିକ ପ୍ରକ୍ରିୟାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଦଳର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆଜି ରାତି ୧୦ଟା ୩୫ ରେ ଭୁବନେଶ୍ୱରରେ ପହଞ୍ଚିବେ । ଆସନ୍ତାକାଲି ଦିନ ସାରା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ। ୨୦୨୪ ବିଧାନସଭା ନିର୍ବାଚନରେ ସଫଳତା ପରେ ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସରକାର ଗଠନ ହୋଇଛି । ଆସନ୍ତା ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ପ୍ରସ୍ତୁତି ଓ ବୁଥ୍ ସ୍ତରୀୟ ସଂଗଠନକୁ ସଜାଡ଼ିବା ଦିଗରେ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । କାଲି ଇ-ବାଇକ୍ ର‍୍ୟାଲି ମାଧ୍ୟମରେ ସ୍ୱାଗତ କରାଯିବ । ଇନ୍ଧନ ସଂରକ୍ଷଣର ବାର୍ତ୍ତା ଦେଇ ଦଳୀୟ କର୍ମୀମାନେ ଇଲେକ୍ଟ୍ରିକ ବାଇକ୍ ର‍ାଲି ମାଧ୍ୟମରେ ଜାତୀୟ ଅଧ୍ୟକ୍ଷଙ୍କୁ ଜଟଣୀ ପର୍ଯ୍ୟନ୍ତ ନେବାର କାର୍ଯ୍ୟକ୍ରମ ରହିଛି ।  ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟ ବରିଷ୍ଠ ନେତା ଏହାର ସମୀକ୍ଷା କରୁଛନ୍ତି ।

ଜଟଣୀଠାରେ ଆୟୋଜିତ ଭୁବନେଶ୍ୱର ଜିଲ୍ଲା ବିଜେପିର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ’ର ଏକ ଅଂଶ। ଏଥିରେ ବୁଥ୍ ସ୍ତରୀୟ ପରିଚାଳନା, ଡିଜିଟାଲ୍ ଯୋଗାଯୋଗ ଏବଂ ସରକାରଙ୍କ ଯୋଜନା ବିଷୟରେ ଆଲୋଚନା ହେବ। ଯେଉଁଥିରେ ପ୍ରାୟ ୫ହଜାର କର୍ମୀ ଓ ସ୍ଥାନୀୟ ପଦାଧିକାରୀ ସାମିଲ ହେବାର ଲକ୍ଷ୍ୟ ରଖାଯାଇଛି । ଗସ୍ତର ଦ୍ୱିତୀୟ ଭାଗରେ ନୀତିନ ନବୀନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କ ସହ ଆଲୋଚନା କରିବେ । ଆସନ୍ତା ଜୁନ୍ ୧୨ ରେ ମୋହନ ସରକାର ୨ ବର୍ଷ ପୂରଣ କରୁଥିବାରୁ ସରକାରଙ୍କ ପ୍ରଦର୍ଶନ ଓ ଦଳ ସହ ସମନ୍ୱୟ ରକ୍ଷା ଉପରେ ଆଲୋଚନା ହେବ ।  ଏହାସହ ରାଜ୍ୟ କୋର୍ କମିଟି ବୈଠକରେ ଆଗାମୀ ନିର୍ବାଚନ ଗୁଡ଼ିକ ପାଇଁ ସାଂଗଠନିକ ସମୀକ୍ଷା କରାଯିବ ।

ରାଜନୈତିକ ଦୃଷ୍ଟିକୋଣରୁ ଜାତୀୟ ଅଧ୍ୟକ୍ଷଙ୍କ ଏହି ଓଡ଼ିଶା ଗସ୍ତ ଦଳ ପାଇଁ ସାଂଗଠନିକ ଭିତ୍ତିଭୂମିକୁ ମଜବୁତ କରିବାର ଏକ ସୁଯୋଗ ।  ବିଜେପିର ସବୁଠାରୁ ଯୁବ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନୀତିନ ନବୀନ ଦଳୀୟ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ବଡ଼ ସାଧାରଣ ସଭା ବଦଳରେ ପ୍ରଶିକ୍ଷଣ ଶିବିର ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳର ଆଭ୍ୟନ୍ତରୀଣ ସମନ୍ୱୟକୁ ଠିକ୍ କରିବା ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ବୋଲି ମନେ କରାଯାଉଛି । ଏହି ଗସ୍ତ ଏପରି ଏକ ସମୟରେ ହେଉଛି ଯେତେବେଳେ ରାଜ୍ୟରେ କେତେକ ପ୍ରଶାସନିକ ଓ ସାମାଜିକ ସମସ୍ୟାକୁ ନେଇ ଚର୍ଚ୍ଚା ଚାଲିଛି । ବର୍ତ୍ତମାନ ରାଜ୍ୟରେ ତେଲ ଯୋଗାଣରେ ସମସ୍ୟା, ନିଟ୍ ପରୀକ୍ଷା ବାତିଲକୁ ନେଇ ଚାଲିଥିବା ପ୍ରତିବାଦ କାରଣରୁ ଶାସକ ଦଳ ଉପରେ ଚାପ ରହିଛି ।

Post Views: 10
Share197Tweet123Send
Voice of Victims

Voice of Victims

Recent Posts

  • ଭାରତ ପାଇଁ ଆଶ୍ବସ୍ତିକର ଖବର: ହର୍ମୁଜ୍ ପାର ହୋଇ ଭାରତରେ ପହଞ୍ଚିଲା ଆଉ ଏକ ଏଲପିଜି ଟ୍ୟାଙ୍କର
  • ପତଞ୍ଜଳି ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ
  • ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ
  • NEET-UG ପେପର ଲିକ୍ ମାମଲା, ମାଷ୍ଟର ମାଇଣ୍ଡ ବଟାନି ଶିକ୍ଷୟିତ୍ରୀଙ୍କୁ ଗିରଫ କଲା CBI
  • ପେଟ୍ରୋଲ ଓ ଡିଜେଲ ପରେ ଏବେ ମୋବାଇଲ ରିଚାର୍ଜ ପାଳି !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In