• About Us
  • Contact Us
Tuesday, May 19, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରାଜ୍ୟ ନେତାଙ୍କୁ ନୀତିନ ନବୀନଙ୍କ ଗୁରୁମନ୍ତ୍ର, କହିଲେ- ଯେତେ ପାରୁଛନ୍ତି, ସେତେ କାମ କର.. ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତୁନାହିଁ

by Voice of Victims
May 18, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ରାଜ୍ୟ ନେତାଙ୍କୁ ନୀତିନ ନବୀନଙ୍କ ଗୁରୁମନ୍ତ୍ର, କହିଲେ- ଯେତେ ପାରୁଛନ୍ତି, ସେତେ କାମ କର.. ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତୁନାହିଁ

ଭୁବନେଶ୍ୱର : ବିଜେପି କୋର କମିଟି ବୈଠକ ଶେଷ । ଏହି ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦେଇଛନ୍ତି ବାର୍ତ୍ତା । ସରକାର ଏବଂ ସଂଗଠନ ପାଇଁ ସ୍ୱତନ୍ତ୍ର ପରାମର୍ଶ ଦେଲେ ନୀତିନ । ୨୦୩୬ ବିକଶିତ ଓଡ଼ିଶା ଗଠନରେ ରୋଡ୍ ମ୍ୟାପ ନେଇ ୫ଟି ପରାମର୍ଶ ଦେଇଛନ୍ତି। ସଙ୍ଗଠନ କିପରି ଶକ୍ତିଶାଳୀ ହେବ, ସେ ନେଇ ଟାସ୍କ ଦେଇଛନ୍ତି। ସେ ସଙ୍ଗଠନକୁ ଗୁରୁତ୍ୱ ଦେଇ କହିଛନ୍ତି ଯେ, ସଙ୍ଗଠନ ସୁସ୍ଥ ରହିଲେ ସରକାର ଆଗକୁ ବଢିବ। ସଂଗଠନ ପାଇଁ ଯେତେ ପାରୁଛ କାମ କର, ଅଳ୍ପରେ ସନ୍ତୁଷ୍ଟ ହୁଅ ନାହିଁ । ସରକାର କିପରି ଆହୁରି ନିଖୁଣତାର ସହ ଲୋକଙ୍କ ପାଖେ ପହଞ୍ଚିବ, ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ ତାକୁ ମନ୍ତ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।

ସେହିପରି ଏହି ବୈଠକରେ ସଂଗଠନ ଆଉ ସମନ୍ଵୟ ଉପରେ ନୀତିନ ନବୀନ ଗୁରୁମନ୍ତ୍ର ଦେଇଛନ୍ତି। ତୃଣମୂଳ ସ୍ତରରେ ଦଳ କିଭଳି ମଜବୁତ ହେବ ସେନେଇ ଫିଡବ୍ୟାକ୍ ନେଇଛନ୍ତି। ସରକାର ଆଉ ସଙ୍ଗଠନ କିଭଳି ସାମନ୍ତରଳ ଭାବେ ଆଗକୁ ବଢ଼ିବ ତା ଉପରେ ଗୁରୁତ୍ଵାରୋପ କରିଛନ୍ତି। ବିଜେପି ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ, ରାଜ୍ୟରେ ବିଜେପି ସରକାର କିଭଳି ଭଲରେ ଲୋକଙ୍କ ପାଇଁ କାମ କରିବ। ସମୃଦ୍ଧ ଓଡ଼ିଶା ଗଠନରେ ପ୍ରାଧାନ୍ୟ ଦେବା ଲାଗି ନୀତିନ ନବୀନ ଗୁରୁମନ୍ତ୍ର ଦେଇଛନ୍ତି।

ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ, ସୁଭଦ୍ରା, ଆୟୁଷ୍ମାନ, କୋ-ଅପରେଟିଭ ସେବା ଭଳି ଅନ୍ୟ ସେବା ଘରେ ଘରେ ପହଞ୍ଚାଇବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ସରକାରୀ ଯୋଜନା ଘରେ ଘରେ ପହଞ୍ଚିଲେ ସରକାର ସଫଳ ହେବେ। ଦଲାଲ ଓ ମଧ୍ୟସ୍ଥି ବ୍ୟବସ୍ଥାକୁ ସଂପୂର୍ଣ୍ଣ ବନ୍ଦ କର। ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧା ଟଙ୍କା ଯିବା ସୁନିଶ୍ଚିତ କର। ମୋଦୀ ସରକାର ଓ ରାଜ୍ୟ ସରକାରଙ୍କ ଯୋଜନା ହିଁ ଦଳର ସବୁଠାରୁ ବଡ଼ ପ୍ରଚାର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ବୁଥସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାକୁ ସେ ଟାସ୍କ ଦେଇଛନ୍ତି।

Post Views: 16
Share198Tweet124Send
Voice of Victims

Voice of Victims

Recent Posts

  • କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଆର୍ଟ୍ ଅଫ୍ ଗିଭିଂ
  • ରାଜ୍ୟ ନେତାଙ୍କୁ ନୀତିନ ନବୀନଙ୍କ ଗୁରୁମନ୍ତ୍ର, କହିଲେ- ଯେତେ ପାରୁଛନ୍ତି, ସେତେ କାମ କର.. ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତୁନାହିଁ
  • କେରଳମରେ ଆଜିଠାରୁ କଂଗ୍ରେସ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭି.ଡି. ସତୀଶନ
  • ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ
  • ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In