ଭୁବନେଶ୍ବର: ୨୭ ପର୍ଯ୍ୟନ୍ତ ଗୁଳୁଗୁଳିରୁ ନିସ୍ତାର ନାହିଁ । ରାଜ୍ୟରେ ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ଛଟପଟ ଜୀବନ । ଏଭଳି ସ୍ଥିତି ଆହୁରି ୨ରୁ ୩ ଦିନ ପର୍ଯ୍ୟନ୍ତ ଜାରି ରହିବ । ୨୭ ପରେ ଏହି ସ୍ଥିତିରେ ବ୍ରେକ ଲାଗିବା ସମ୍ଭାବନା ରହିଛି । ଗତକାଲି ୧୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ୪୫.୨ ଡିଗ୍ରୀ ସହ ଝାରସୁଗୁଡ଼ା ପୁଣି ଥରେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ୫ ସହରରେ ପାରଦ ୪୫ ଡିଗ୍ରୀ ଉପରେ ରହିଥିଲା । ଆଗାମୀ ୨୪ ଘଣ୍ଟାରେ ଗ୍ରୀଷ୍ମ ପ୍ରବାହ ସହ ରାତିରେ ଗରମ ଅନୁଭବ ହେବ ।
ଝାରସୁଗୁଡା ଓ ସମ୍ବଲପୁରକୁ ଅରେଞ୍ଜ ୱାର୍ଣ୍ଣଂ ଜାରି କରାଯାଇଛି । ଖୋର୍ଦ୍ଧା, ବୌଦ୍ଧ, ନୂଆପଡା ଜିଲ୍ଲାରେ ହିଟୱେଭ ଜାରି ରହିବ । ଉପକୂଳବର୍ତ୍ତି ଜିଲ୍ଲାଗୁଡିକରେ ମଧ୍ୟ ହିଟୱେଭ ସହ ଗରମ ଗୁଳୁଗୁଳି ଲାଗି ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
